ନୀଳଗିର: ଅଯୋଧ୍ୟା ଫାଣ୍ଡି ଅଧିନ କାଂଶ ଛକରେ ଏକ ଏକ ଭୟାବହ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି।ଗତକାଲି ବିଳମ୍ବିତ ରାତିରେ ସିମେଣ୍ଟ ବୋଝେଇ ଏକ ଟ୍ରକ ଯାହାର ନମ୍ବର ଓଡି୦୨-ସିଏନ୯୪୭୪ ରାସ୍ତାର ଏକ ଅନ୍ଧାରିଆ ସ୍ଥାନରେ ବିନା କୌଣସି ପାର୍କିଂ ଲାଇଟ ଦେଇ ଛିଡାହୋଇଥିଲା।କାଂଶ ଗ୍ରାମର ଅଜିତ ନାୟକ (୪୫) ଜଣେ ବସ୍ ଚାଳକ ହୋଇଥିବା ବେଳେ ବିଳମ୍ବିତ ରାତିରେ ବାଇକ ସାହାଯ୍ୟରେ ଘରକୁ ଫେରୁଥିଲେ।ଟ୍ରକ୍ ଟି ଛିଡା ହୋଇଥିବା ଜାଣି ନପାରି ତାର ପଛ ପଟେ ଧକ୍କା ଦେଇଥିଲେ।କିଛି ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ରେମୁଣା ମେଡିକାଲ କଲେଜକୁ ପଠାଇଥିଲେ।ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
