ବାରିପଦା; ମୟୂରଭଂଜ ଜିଲ୍ଲା, ବିଶୋଇ ବ୍ଳକର ମହୁ ଭଣ୍ଡାର ଗ୍ରାମରେ ଜନୈକା ମହିଳାଙ୍କ ସାପ କାମୁଡାରେ ମୃତ୍ଯୁ ହୋଇଥିବା ର ଅଭିଯୋଗ ହୋଇଛି ।ସୂଚନା ଯୋଗ୍ୟ,ମହୁ ଭଣ୍ଡାର ଗ୍ରାମର ସୁକରାମ ବିନ୍ଧାଣି ଏବଂ ତାଙ୍କ ପତ୍ନି ମଇନ ୍ୱିନ୍ଧାଣି (୪୫) ମଙ୍ଗଳବାର ରାତିରେ ଖାଇପିଇ ଶୋଇଥିଲେ ।ହଠାତ୍ ମଇନ ସାପ କାମୁଡ଼ିଲା ବୋଲି ଚିତ୍କାର କରି ଉଠିଲା । ଭୟରେ ସୁକରାମ ବିନ୍ଧାଣି ଅତର୍କିତ ଭାବରେ ଦୌଡ଼ି ପଳାଇଲା ଜୀବନ ରକ୍ଷା କରିବାକୁ ।ପରେ ମାଇନାକୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।
