ନିଆଳି : କଟକ୍ ଜିଲ୍ଲା ନିଆଳି ଥାନା କାନପୁର ଗ୍ରାମରେ ବହୁଚର୍ଚ୍ଚିତ ପୁତୁରା ଖଣ୍ଡା ଚୋଟରେ ଶାଶୁ ବୋହୂ ଓ ଦେଢ଼ ବର୍ଷର ନାତି ଗୁରୁତର ଘଟଣାରେ ଫେରାର ଅଭିଯୁକ୍ତ ଗିରଫ । ରବୀନ୍ଦ୍ର ଲେଙ୍କାଙ୍କ ପୁତୁରା ଅଭିଯୁକ୍ତ ଅରୁଣ ଲେଙ୍କା ଏକ ଖଣ୍ଡ। ଦ୍ୱାରା ରବୀନ୍ଦ୍ରଙ୍କ ଦେଢ଼ ବର୍ଷର ନାତି ଶିଭାନ୍ଶ ପ୍ରସାଦ ଲେଙ୍କା ଶିଶୁପୁତ୍ର କୁ ଆକ୍ରମଣ କରିବା ଫଳରେ ତାର ଡାହାଣ ହାତ କଟିଯାଇଥିଲା । ସେହିପରି ରବୀନ୍ଦ୍ରଙ୍କ ପତ୍ନୀ ସ୍ମୁତି ସିଧା ଲେଙ୍କା (୬୦) ଡାହାଣ ହାତ ର ତିନିଟି ଆଙ୍ଗୁଠି କଟିଛି ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ବୋହୂ ସୁମିତ୍ରା ଲେଙ୍କା (୨୫)ଙ୍କ ଛାତି ଓ ଶରୀରର ବିଭିନ୍ନ ସ୍ଥାନକୁ ଖଣ୍ଡ।ରେ ହଣି ଦେଇଥିଲା । ଯାହାଫଳରେ ତିନି ଜଣ ଆହତ ଗୁରୁତର ହୋଇ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ ଡାକ୍ତର ଖ।ନାକୁ ସ୍ଥାନାନ୍ତର ହୋଇଥିଲେ । ଅଭିଯୁକ୍ତ ଅରୁଣ ଲେଙ୍କା ଘଟଣା ଘଟାଇ ଫେରାର ହୋଇଯାଇଥିଲା। ରବୀନ୍ଦ୍ରଙ୍କ ପରିବାର ପକ୍ଷରୁ ନିଆଳି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ତଦନ୍ତ ଜାରି ରଖିଥିଲା। ଗତ କାଲି ଅଭିଯୁକ୍ତ ନିଗମାନନ୍ଦ ଲେଙ୍କା ଓରଫ ଅରୁଣ କୁ ପୋଲିସ ଗିରଫ କରିବା ସହ ଘଟଣା ସ୍ଥଳକୁ ନେଇ କିଭଳି କାଣ୍ଡ ଘଟାଇ ଥିଲା ତାର ଡେମୋ ଦେଖାଇଥିଲା। ସେହି ଆକ୍ରମଣ କରିଥିବା ମାରଣାସ୍ତ୍ର କୁ କନ୍ଦଳ ନଦୀର ବିଳ।ସୁଣି ପୋଲ ଉପରେ ଠିଆହୋଇ ନଦୀକୁ ଫିଙ୍ଗିଥିବ। ସ୍ୱୀକାର କରିବା ପରେ ନିଆଳି ଅଗ୍ନିସମ ବାହିନି ନଦୀରେ ଖୋଜାଖୋଜି କରି ଏକ ଘଣ୍ଟା କସରତ ପରେ ଆକ୍ରମଣରେ ବ୍ୟବହୃତ ଖଣ୍ଡ।କୁ କନ୍ଦଳ ନଦୀରୁ ଉଦ୍ଧାର କରିଛି। ପୋଲିସ ଖଣ୍ଡ।କୁ ଜବତ କରିଛି। ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣାଟି ଏବେବି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।
