ରାଇଘର: ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ୦୧ ଜୁନ୍ ଠାରୁ ଅନୁଷ୍ଠିତ ହେବାକୁ ଥିବା ୧୪ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ ଚେମ୍ପିୟନସିପ ରେ ଭାଗ ନେବା ନିମନ୍ତେ ଉଭୟ ନବରଙ୍ଗପୁର ଜିଲ୍ଲା ବାଳକ ଏବଂ ବାଳିକା ଦଳ ବ୍ରହ୍ମପୁର ଗସ୍ତ କରିଛନ୍ତ। ଏହି ଦଳର କୋଚ ଭାବେ ସପନ ବୈରାଗି, ଫିରୋଜ ହିଆଲ ଓ ଲାଲୁ ହରିଜନ ଦାଇତ୍ୱ ନେଉଥିବା ବେଳେ ମେନେଜର ଭାବେ ଶଶାଙ୍କ ଶେଖର ବେହେରା ଏବଂ ଦୁର୍ଯ୍ୟ ହରିଜନ ଦାଇତ୍ୱ ପ୍ରଦାନ କରାଯାଇଛି।। ଦଳର ସଫଳତା ନିମନ୍ତେ କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ.ବାଲା କୃଷ୍ଣ ରାଓ , ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରୀଡା ସମ୍ପାଦକ ଜିତେନ୍ଦ୍ର ପରିଛା, ଇଣ୍ଡୋର ସମ୍ପାଦକ କୃଷ୍ଣ ପଟ୍ଟନାୟକ, ହକି ସମ୍ପାଦକ ଦୁର୍ଗା ମଲିକ୍, ମହିଳା ସମ୍ପାଦିକା ଇଁ. ଚନ୍ଦନା ମଲ୍ଲିକ, କ୍ରିକେଟ୍ ସମ୍ପାଦକ ଅଶୋକ ନାୟକ ସମେତ କ୍ରୀଡା ସଂଘର ଅନ୍ୟ ସମସ୍ତ ସଦସ୍ୟ ମାନେ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ଉଭୟ ଜିଲ୍ଲା ବାଳକ ଏବଂ ବାଳିକା ଦଳ କଳାହାଣ୍ଡି, ରାୟଗଡ଼ା ଗଜପତି ଓ କନ୍ଧମାଳ ଦଳ ସହ ଖେଳିବେ। ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ବାଳିକା ଦଳ ସକାଳ ବେଳେ ନିଜ ପ୍ରତିଯୋଗୀ ସହ ଖେଳିବା ବେଳେ ବାଳକ ମାନେ ଉପରୱାଲି ଖେଳିବେ ।
