ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ବହୁଚର୍ଚ୍ଚିତ କାଳିକାବାଡି ଗୁଳିକାଣ୍ଡ ଘଟଣାରେ ଜିଲ୍ଲା ପୋଲିସକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ବ୍ରହ୍ମଗିରି ଥାନା କେସ୍ ନଂ ୫୧୦/୨୦୨୬ରେ ସମ୍ପୃକ୍ତ ଦ୍ୱିତୀୟ ତଥା ଶେଷ ମୁଖ୍ୟ ଅଭିଯୁକ୍ତ ହରମୋହନ ପାହାଳ ଓରଫ ହରିଆକୁ ଶୁକ୍ରବାର ଦିନ ବ୍ରହ୍ମଗିରି ପୋଲିସ ଗିରଫ କରିଛି।ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଏକାଧିକ ସ୍ୱତନ୍ତ୍ର ଟିମ୍ ଜିଲ୍ଲା ଓ ଜିଲ୍ଲା ବାହାରେ ଖୋଜାଖୋଜି ଚଳାଇ ଥିଲେ । ପିପିଲି–ସତ୍ୟବାଦୀ ଅଞ୍ଚଳରେ ଡେରା ପକାଇଥିବା ଡ଼ିଏସପି କଳ୍ପନା କାଉରୀଙ୍କ ଟିମ୍ ଅଭିଯୁକ୍ତ ହରମୋହନ ପାହାଳ ଓରଫ ହରିଆକୁ କାବୁ କରିଥିଲା । ମାମଲାର ତଦନ୍ତକାରୀ ଅଧିକାରୀ ଡ଼ିଏସପି କାଉରୀ ଅଭିଯୁକ୍ତକୁ ଗିରଫ କରି ମାନ୍ୟବର ଅଦାଲତକୁ ଚାଲାଣ କରିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଏହି ଗୁଳିକାଣ୍ଡ ଘଟଣାରେ ପୀଡ଼ିତ ତୋଫାନ ପାହାଳଙ୍କ ଉପରକୁ ଗୁଳି ଚଳାଇଥିବା ମୁଖ୍ୟ ଅଭିଯୁକ୍ତ ଦୁର୍ଯ୍ୟୋଧନ ଓରଫ ବୁଲୁ ପାହାଳକୁ ପୋଲିସ ପୂର୍ବରୁ ଗିରଫ କରିସାରିଛି।ଆଜିର ଗିରଫଦାରୀ ସହିତ ଏହି ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଉଭୟ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ନିମନ୍ତେ ବ୍ରହ୍ମଗିରି ପୋଲିସର ତଦନ୍ତ ଜାରି ରହିଛି।ଅପରାଧରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଇନର ପରିସରଭୁକ୍ତ କରିବା ପାଇଁ ପୁରୀ ଜିଲ୍ଲା ପୋଲିସ ଦୃଢ଼ପ୍ରତିଜ୍ଞ ।
