ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍ ଯୋଗେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି କ୍ଷ ଖବର ଅନୁଯାୟୀ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଆରପିଏଫ ଓ ଜିଆରପି ଟିମ୍ ବ୍ରହ୍ମପୁର ରେଳ ଷ୍ଟେସନ ବାହାରୁ ୩ ଜଣ ଯୁବକଙ୍କୁ ସନ୍ଦେହରେ ଧରିଥିଲେ। ସେମାନଙ୍କ ନିକଟରୁ ୩ଟି ବ୍ୟାଗରେ ଥିବା ଗଞ୍ଜେଇ ,୩ ଗୋଟି ଦାମୀ ମୋବାଇଲ , ବ୍ରହ୍ମପୁର ରୁ ବିଜୟୱାଡା ଟ୍ରେନ ଟିକେଟ ଏବଂ ୨୫ କେଜି ୮୪୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି କ୍ଷ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଖଲିକୋଟ ଷ୍ଟେସନରୁ ବ୍ରହ୍ମପୁର ଆସିଥିଲେ ଏବଂ ବ୍ରହ୍ମପୁରରୁ ଟ୍ରେନ୍? ଯୋଗେ ବିଜୟୱାଡ଼ା ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଧରାପଡ଼ିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଭି. ଦୀପକ, ଆନ୍ଧ୍ରପ୍ରଦେଶ; ଏସ୍. ମାଣି ଗାଦନ, ଆନ୍ଧ୍ରପ୍ରଦେଶ ଏବଂ ଶିବ ବେହେରା, କୋଦଳା ଥାନା ଅନ୍ତର୍ଗତ କୋଦଳା ଗ୍ରାମର ବାସିନ୍ଦା।
