ଜୟପୁର: ନିଶା ଇଞ୍ଜକସନ କାରବାର ମାମଲାରେ ୫ ଅଭିଯୁକ୍ତ କୁ ଗିରଫ କରିଛି କୋରାପୁଟ ଜିଲା ଜୟପୁର ଟାଉନ ପୋଲିସ । ଏନେଇ ଆଜି ଜୟପୁର ଟାଉନ ଥାନା ପରିସରରେ ସାମ୍ବାଦିକ ସମ୍ମାଳନି ଅନୁଷ୍ଠିତ ହୋଇଥିଲା । ଏଥିରେ ଜୟପୁର ଏସଡିପିଓ ଅଚ୍ଚିତା ମିତ୍ତର ଉପସ୍ଥିତ ରହି ସୁଚନା ଦେଇଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ସୌରା ସାହିର ଦେବାଶିଷ ପଟ୍ଟନାୟକ (୨୯), ପାରାବେଢାର ତାପସ ସାହ(୨୯)ୁ, ଡଙ୍ଗାଗୁଡାର ରାମ ହରିଜନ (୩୪) ଖ୍ରୀଷ୍ଟିଆନପେଟାର ପ୍ରଦୀପ୍ତ ଖରା ଏଲିୟସ ରୋନି (୨୫) ଓ ପୁରୁଣାଗଡର ସୁରଜ କୁମାର ଗୁପ୍ତା ଏଲିୟସ ସୋନୁ (୨୯) । । ଆଜି ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଥିଲ ।ା ଏଥିରେ ଜୟପୁର ଏସଡିପିଓ ଅଚ୍ଚିତା ମିତ୍ତଲ ଯୋଗ ଦେଇ ପେଣ୍ଟାଜୋସିନ୍ ଇଞ୍ଜେକସନ କାରବାରର ପ୍ରଦାଫଶ କରିଥିବା ସୁଚନା ଦେଇଥିଲେ । ଜୟପୁର କେନାଲ ରୋଡ ନିକଟରେ ପେଣ୍ଟାଜୋସିନ ଇଞ୍ଜକସନ କାରବାର ଚାଲୁଥିବା ପୋଲିସ ସୁଚନା ପାଇ ଚଢାଉ କରିଥିଲା । ଚଢାଉ କରି ୫ ଅଭିଯୁକ୍ତ କୁ ଗିରଫ କରିଛି । ପୋଲିସ ଅଭିଯୁକ୍ତ ଙ୍କ ଠାରୁ ୧୫ ପେକଟରୁ ୭୫୦ ଆମ୍ପୌଲ ଜବତ କରିଛି । ସହ ୧୫ ହଜାର ଟଙ୍କା ଓ ୫ଟି ମୋବାଇଲ ଜବତ କରିଛି । ଅଭିଯୁକ୍ତ ଙ୍କ ନିକଟରେ କୌଣସି ବୈଧ ଲାଇସେନ୍ସ କିମ୍ବା ଅନୁମତି ବିନା ବେଆଇନ ଭାବରେ ପେଣ୍ଟାଜୋସିନ ଇଞ୍ଜେକସନ ଚାଲାଣ ସହ କାରବାର କରୁଥିବା ଜାଣିବାପୁ ପାଇଥିଲା । ଏହି ପେଣ୍ଟାଜୋସିନ ଇଞ୍ଜେକସନ ଟି ଅପରେସନ ସମୟରେ ବ୍ୟବହାର କରାଯାଏ । ବତ୍ତମାନ ଯୁବ ପିଢି ମାନେ ଅଥିକ ନିଶା ପାଇ ପେଣ୍ଟାଜୋସିନ ଇଞ୍ଜେକସନ ବ୍ୟବହାର କରୁଛନ୍ତି । ପେଣ୍ଟାଜୋସିନ ଇଞ୍ଜେକସନ ଦର ଠାରୁ ଅଧିକା ଦରରେ ବିକ୍ରୟ କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ପେଣ୍ଟାଜୋସିନ ଇଞ୍ଜେକସନ ଦ୍ୱାରା ଅବୈଧ ଚାଲାଣ ଏବଂ ମାନସିକ ଔଷଧର ଅପବ୍ୟବହାର ସାଧାରଣ ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରୁଛି । ବିଶେଷ କରି ଯୁବ ପିଢି ମାନେ ଯାହା ନିଶା ସ୍ୱାସ୍ଥ୍ୟ କ୍ଷତି କାରଣ, ସମାଜିକ ବିକାର ଏବଂ ଅପରାଧ କାଯ୍ୟାକଳାପ ସୃଷ୍ଟି କରେ । ସମାଜକୁ ବିପଦରେ ପକାଏ । ଏନେଇ ପୋଲିସ ୧୮୭/ ୨୬ ମାମଲା ରୁଜୁ କରି ଏନଡିପିଏସ ଆଇନ ଅନୁଯାଇ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଅଭିଯୁକ୍ତ ରାମ ଓ ସୁରଜ ନାମରେ ଅଗରୁ ଏନଡିପିଏସ ମାମଲା ରହି ଥିବା ପୋଲିସ ତରଫରୁ ସୁଚନା ଦିଆଯାଇଛି । ଏହି । ସାମ୍ବାଦିକ ସମ୍ମାଳନିରେ ଟାଉନ ଥାନା ଅଧିକାରି ଉଲ୍ଲସା ଚନ୍ଦ୍ର ରାଉତ, ତଦନ୍ତ କାରି ଅଧିକାରି ଗୋବିନ୍ଦ ହାଁସଦା ଉପସ୍ଥିତ ଥିଲେ । ଏହି ମାମଲାରେ ଅଧିକ ତଦନ୍ତ କରାଯିବ । ଅନ୍ୟ ମାନେ କେହି ଜଡିତ ଅଛନ୍ତି କି ନାହିଁ ପୋଲିସ ତଦନ୍ତ କରିବ । ଏହି କାରବାରରେ କେହି କେହି ଜଡିତ ଅଛନ୍ତି ସେ ଦିଗ ପ୍ରତି ପୋଲିସ ତଦନ୍ତ କରୁଥିବା ଜଣାଫାଇଛି ।
