ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ ବାଲିଆ ନିକଟରେ କନିଷ୍ଠ ଖଣି ଅଧୀକାରି ଙ୍କୁ ବାଲି ମାଫିଆ ମାନେ ଆକ୍ରମଣ କରିଛନ୍ତି । ଏନେଇ ଜୟପୁର ସଦର ଥାନା ରେ କନିଷ୍ଠ ଖଣି ଅଧିକାରି ପ୍ରଦିପ୍ତ କୁମାର ମୁଣ୍ଡା ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଜୟପୁର ସଦର ଥାନା ଅନ୍ତର୍ଗତ ସାନ ଓଜେଇ ଗ୍ରାମରେ ଥିବା ତ୍ରିଶକ୍ତି ଷ୍ଟନ କ୍ରସର କୁ ଯଇ ଫେରୁଥିବା ସମୟରେ ବାଲିଆ ବ୍ରିଜ ରେ ଏକ ନିଳ ରଙ୍ଗର ଟ୍ରାକ୍ଟର ଓଡି ୧୦ଏବି ୩୫୮୯ ରେ ବାଲି ଲୋଡ କରାଯାଉଥିଲା । ବେଆଇନ ଭାବେ ଲୋଡ କରି ଚାଲାଣ କରୁଥିବାରୁ ଖଣି ଅଧିକାରି ଜଣକ ଟ୍ରାକ୍ଟର ଡ୍ରାଇଭରକୁ ପଚାରିଥିଲେ । ଡ୍ରାଇଭର ଜଣକ ମାଲିକକୁ ସୁଚନା ଦେବା ପରେ ୨୦ ମନିଟ ଭିତରେ ଟ୍ରାକ୍ଟର ମାଲିକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଖଣି ଅଧିକାରି ଲାଇସେନ୍ସ ମାଗିରୁ ଡ୍ରାଇଭର ଜଣକ ଦେଖାଇ ପାରି ନଥିଲେ । ମାଲିକ ଙ୍କ ନିଦ୍ଦେଷରେ ଟ୍ରାକ୍ଟର ଧରି ଡ୍ରାଇଭର ଚମ୍ପଟ ମାରୁଥିବା ବଳେ କେନାଲ ରୋଡ ମୁଖି ଖୁଡୁପି ପଟେ ଚାଲି ଯାଉଥିବା ସମୟରେ ଖଣି ଅଧିକାରି ଅଟକାଇବାକୁ ଚେଷ୍ଟା କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଖଣି ଅଧିକାରି ଙ୍କ ଉପରେ ଟ୍ରାକ୍ଟର ଚଢାଇ ଦେବାକୁ ଉଦ୍ୟମ କରୁଥିଲେ । ପରେ ଖଣି ଅଧିକାରଙ୍କୁ ୫ଜଣ ଅଭିଯୁକ୍ତ ମିସି ଗାଡି ଚାବି ନେବା ସହ ଠେଲା ପେଲା କରି ଜୀବନ ରେ ମାରି ଦେବାକୁ ଉଦ୍ୟମ କରିଥିଲେ । ପରେ ୨ ଜଣ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେ ଖଣି ଅଧିକାରି ଉଦ୍ଧାର ପାଇ ଥିଲେ । ଏନେଇ ଜୟପୁର ସଦର ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭତ୍ତି କରି ୧୧୪/୨୬ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସତର ପୋଲିସ ତରଫରୁ ସୁଚନା ଦିଆଯାଇଛି ।
