ପୁରୀ: ବିରୋଧୀ ଦଲ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ମିଥ୍ୟା ଏତଲା ଦାୟର କରାଯାଇଥିବା ଅଭିଯୋଗ କରି ମଙ୍ଗଳବାର ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି ପ୍ରତିବାଦରେ ଶତାଧ?ିକ କଂଗ୍ରେସ ନେତା, ନେତ୍ରୀ କର୍ମୀ ସାମିଲ ହୋଇଥିଲେ। ଏହି ଅବସରରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋଚିତ୍ର ଦାହ କରାଯାଇଥିଲା। କଂଗ୍ରେସ ନେତାମାନେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିବା ସହ ସରକାରଙ୍କ କଥିତ ଦମନମୂଳକ ନାତି ଓ ହିଂସାପ୍ରବଣ ରାଜନୀତି ବିରୋଧରେ ନାରାବାଜି କରିଥିଲେ। ପରେ ଦଳୀୟ ନେତା ଓ କର୍ମୀମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଜିଲ୍ଲା ସ୍କୁଲ ଛକ ପର୍ଯ୍ୟନ୍ତ ଯାଇ ପ୍ରତିବାଦ ଜଣାଇଥିଲେ।ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସପକ୍ଷରେଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। କଂଗ୍ରେସ ନେତାମାନେ କହିଥିଲେ ଯେ, ବିରୋଧୀ ଦଳନେତା ରାହୁଲ ଗାନ୍ଧୀଙ୍କ ସ୍ୱରକୁ ଚାପିଦେବାପାଇଁ ଏଭଳି ମାମଲା ଓ ଏତଲାର ଆଶ୍ରୟ ନିଆଯାଉଛି । ଗଣତନ୍ତ୍ରରେ ବିରୋଧୀଙ୍କ ମତପ୍ରକାଶର ଅଧିକାରକୁ ସମ୍ମାନ ଦିଆଯିବା ଆବଶ୍ୟକ ବୋଲି ସେମାନେ ଦାବି କରିଥିଲେ।ଜିଲ୍ଲା କଂଗ୍ରେସ ସଭାପତି ଇଂ.ରାଜେଶ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତଏହି ବିକ୍ଷୋଭରେ ବରିଷ୍ଠ ନାରୀନେତ୍ରୀ ବିଦୁଲତା ଆଚାର୍ଯ୍ୟ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସରସ୍ୱତୀ ପାତ୍ର, ସସ୍ମିତା ସ୍ୱାଇଁ,ମମତା ସ୍ୱାଇଁ, ମଧୁସ୍ମିତା ଦାଶ, ରାଜଲକ୍ଷ୍ମୀ ଶତପଥୀ, ନିରୁପମା ପାଣିଗ୍ରାହୀ, ଶ୍ରଦ୍ଧାଞ୍ଜଳି ମାର୍ଥା, ବିଷ୍ଣୁପ୍ରିୟା ଦାସ, ରଶ୍ମି ଦାସ, ଲକ୍ଷ୍ମୀପ୍ରିୟା ଷଡ଼ଙ୍ଗୀ, କାଳୀ ନାୟକ, ସୁକାନ୍ତ ପ୍ରଧାନ,ଡ. ନିରଞ୍ଜନ ବିଶ୍ୱାଳ, ଆରତ ସାହୁ, ବିଶ୍ୱନାଥ ଦାଶ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର,ଉମାକାନ୍ତ ବରାଳ, ବିଶ୍ୱରଞ୍ଜନ ସାମନ୍ତରାୟ,ବିଶ୍ୱରଞ୍ଜନ ମହାପାତ୍ର, ଅମୀୟ ମହାପାତ୍ର,ସୀତାକାନ୍ତ ମହାନ୍ତି, ଅର୍ଜୁନ ସାହୁ, ଅବିନାଶ ମିଶ୍ର, ଦୁର୍ଗା ସାମନ୍ତରାୟ, ରାଧେଶ୍ୟାମ ସାହୁ, ଜିବେଶ ରଥ, ରଞ୍ଜନ ସାହୁ, ରସାନନ୍ଦ ବିଶୋଇ, ଉମାକାନ୍ତ ବେହେରା, ମନୋଜ ମହାପାତ୍ର, ସୌମ୍ୟକାନ୍ତ ପ୍ରଧାନ, ମନୋଜ ବେହେରା, କୁଶ ସେଠୀ, ଆଶୁତୋଷ ମିଶ୍ର,ଆଦର୍ଶ ମିଶ୍ର ଓ ସୂର୍ଯ୍ୟ ପଣ୍ଡାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
