ବାରିପଦା ; ଏକ ଡମ୍ଫର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭରଙ୍କ ସମେତ ଦୁଇଜଣ ହେଲପର ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମୋରଡା ଥାନା ଅଧୀନ ଚଢେଇଗାଁ ଗ୍ରାମ ନିକଟରେ ଏକ ଡମ୍ଫର କୌଣସି କାରଣ ବଶତଃ ଓଲଟି ପଡିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଡମ୍ଫରରେ ଥିବା ହେଲପର ଖୁରୁଣ୍ଟିଆ ଗ୍ରାମର ମଦନ ସିଂଙ୍କ ପାଦ କଟି ଯାଇଥିବା ବେଳେ ଅନ୍ୟ ଜଣେ ହେଲପରଙ୍କ କହୁଣୀ ଭାଙ୍ଗିଛି। ଡମ୍ଫର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ସମାଜସେବୀ ସଞ୍ଜୀବ ଦେ ଆମ୍ବୁଲନାସକୁ ଡାକି ଗୁରୁତରଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।
