ଫୁଲବାଣୀ: ବିଶ୍ୱସନୀୟ ସୂଚନା ଆଧାରରେ ଚଢ଼ଉ କରାଯାଇ ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚାଷ ପାଇଁ ଉଦ୍ଦିଷ୍ଟ ୩୫ ଟନ୍ (୭୦୦ ବସ୍ତା) ଅନୁମୋଦନହୀନ ଅନ୍ ଅର୍ଥରାଇଜ୍ଡ୍ ଡିଏପି ସାର ପୋଲିସ୍ ଦ୍ୱାରା ଜବତ କରାଯାଇଛି। ଏ ନେଇ ବାଲିଗୁଡ଼ା ଥାନାରେ ଏକ ମାମଲା ୨୧୯/୨୬) ରୁଜୁ କରାଯାଇଛି। ଏହି ମାମଲା ବିଏନ୍ଏସ୍ ର ଧାରା ୩୧୮(୪)/୩୦୩(୨) ଏବଂ ଇସିଏ (ଋଉଇ) ଆଇନ୍, ୧୯୫୫ର ଧାରା ୭ ଅନୁଯାୟୀ “ମା’ ସାବିତ୍ରୀ ଆଗ୍ରୋ ଏଜେନ୍ସି’ର ମାଲିକ ଓ ଟ୍ରକ୍ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତତ୍ ସହିତ ଙଊ-୦୭-ଜ-୫୨୫୩ ନମ୍ବର ବିଶିଷ୍ଟ ଟ୍ରକ୍?ଟିକୁ ମଧ୍ୟ ଜବତ କରାଯାଇଛି। ଏହାର ପ୍ରକୃତ କାରଣ ଜାଣିବା ନିମନ୍ତେ ବାଲିଗୁଡା ଥାନା ପୋଲିସ ପକ୍ଷରୁ ଅଧିକ ତଦନୁ ଜାରି ରହିଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କନ୍ଧମାଳ ଏସ୍ ପି ରମେନ୍ଦ୍ର ପ୍ରସାଦ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
