ନୂଆଦିଲ୍ଲୀ: ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଏବଂ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦଙ୍କ ସହ ପୃଥକ ଭାବେ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ଆଲୋଚନାରେ ପ୍ରତିରକ୍ଷା, ନିବେଶ, ସେମିକଣ୍ଡକ୍ଟର ଏବଂ ରଣନୈତିକ ସହଯୋଗ ଭଳି ବିଷୟଗୁଡ଼ିକ ମୁଖ୍ୟ ପ୍ରସଙ୍ଗ ଭାବେ ସ୍ଥାନ ପାଇଥିଲା। ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଫେବୃଆରୀ ୨୦୨୬ ମାଲେସିଆ ଗସ୍ତ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା ମୋଦୀ ଓ ଅନୱାର କରିଥିଲେ। ସେମାନଙ୍କ ଆଲୋଚନାରେ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ସେମିକଣ୍ଡକ୍ଟର, ଭିତ୍ତିଭୂମି, ଡିଜିଟାଲ ଅର୍ଥନୀତି, ଶକ୍ତି, ଫିନ୍ଟେକ୍, ଶିକ୍ଷା, ପର୍ଯ୍ୟଟନ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଭଳି ବିଷୟ ସାମିଲ ଥିଲା। ଏହି ବୈଠକର ଏକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଥିଲା ସାବାହର କୋଟା କିନାବାଲୁଠାରେ ଭାରତର ଏକ କନସୁଲେଟ୍ ଜେନେରାଲ୍ (ଉକ୍ଟଦ୍ଭଗ୍ଦଙ୍କକ୍ଷବଗ୍ଧର ଏରଦ୍ଭରକ୍ସବକ୍ଷ) ପ୍ରତିଷ୍ଠା କରିବାକୁ ମାଲେସିଆର ସହମତି; ଏହି ପଦକ୍ଷେପ ଦ୍ୱାରା ଉକ୍ତ ଅଞ୍ଚଳରେ ଭାରତର କୂଟନୈତିକ ଓ କନସୁଲାର ଉପସ୍ଥିତି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, “ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଇବ୍ରାହିମଙ୍କୁ ଭାରତରେ ସ୍ୱାଗତ ଜଣାଇଥିଲେ ଏବଂ ବ୍ରିକ୍ସ ସମ୍ମିଳନୀରେ ଏକ ଅଂଶୀଦାର ଦେଶଭାବେ ମାଲେସିଆର ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।’
ସରକାରୀ ସୂତ୍ରରୁ ପ୍ରକାଶ ଯେ ମୋଦୀ-ଅନୱାର ବୈଠକରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଥିବା ସୁଯୋଗ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା ଏବଂ ଭାରତ-ମାଲେସିଆ ସମ୍ପର୍କରେ ପ୍ରଯୁକ୍ତିବିଦ୍ୟା ଓ ଯୋଗାଣ ଶୃଙ୍ଖଳା ସହଯୋଗର ବର୍ଦ୍ଧିତ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଉଭୟ ନେତା ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ଆଲୋଚନା କରିଥିଲେ ଏବଂ ଭାରତ ବୈଠକ ପରେ ଅନୱାର କହିଲେ ଯେ ଉଭୟ ପକ୍ଷ ମାଲେସିଆ-ଋଷିଆ ସମ୍ପର୍କର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ଏବଂ ସହଯୋଗକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ସହମତ ହୋଇଛନ୍ତି। ପର୍ଯ୍ୟଟନ, ବାଣିଜ୍ୟ ଓ ନିବେଶକୁ ବୃଦ୍ଧି କରିବା ଲକ୍ଷ୍ୟରେ ମାଲେସିଆ ଓ ରୁଷିଆ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ଏବଂ ଭିସା-ମୁକ୍ତ ଯାତ୍ରା ସୁବିଧା ଲାଗୁ କରିବା ଦିଗରେ ପ୍ରୟାସକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଦ୍ୱିପାକ୍ଷିକ ଚୁକ୍ତିନାମାଗୁଡ଼ିକର କାର୍ଯ୍ୟକାରିତାକୁ ସମନ୍ୱିତ ଓ ତ୍ୱରାନ୍ୱିତ କରିବା ପାଇଁ ମାଲେସିଆ ଓ ଋଷିଆ ମଧ୍ୟରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଗଠନ କରିବାକୁ ମଧ୍ୟ ଅନୱାର ପ୍ରସ୍ତାବ ଦେଇଥିଲେ। ଏକ ପୃଥକ ବୈଠକରେ, ପ୍ରଧାନମନ୍ତ୍ରୀ ମୋଦୀ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦଙ୍କ ସହ ଆଲୋଚନା କରିଥିଲେ; ଏହା ତାଙ୍କର ଡିସେମ୍ବର ୨୦୨୫ ଆଡିସ୍ ଆବାବା ଗସ୍ତର ପରବର୍ତ୍ତୀ ପଦକ୍ଷେପ ଥିଲା। ଉଭୟ ନେତା ଅର୍ଥନୈତିକ ସହଯୋଗ, ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କ ଏବଂ କ୍ଷମତା ବିକାଶ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଉଭୟ ନେତା ଦ୍ୱିପାକ୍ଷିକ ରଣନୈତିକ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆଲୋଚନା କରିଥିଲେ। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଇଥିଓପିଆ ଭାରତ ସହିତ ଦୃଢ଼ ପ୍ରତିରକ୍ଷା ସହଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛି, ଯେଉଁଥିରେ ମିଳିତ କର୍ମଚାରୀ ପ୍ରଶିକ୍ଷଣ ଏବଂ ଭାରତରୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଅନ୍ତର୍ଭୁକ୍ତ। ଆଡିସ୍ ଆବାବା ଭାରତୀୟ ଶିଳ୍ପ ଓ ନିବେଶକୁ ମଧ୍ୟ ସ୍ୱାଗତ କରିଛି ଏବଂ ବିଶେଷ ଭାବରେ ଭାରତୀୟ ଖଣି କମ୍ପାନୀଗୁଡ଼ିକର ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରୁଛି।
ଉଭୟ ପକ୍ଷ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ଘଟଣାବଳୀ ଉପରେ ମଧ୍ୟ ମତାମତ ଆଦାନପ୍ରଦାନ କରିଥିଲେ ଏବଂ ବହୁପକ୍ଷୀୟ ମଞ୍ଚରେ ଘନିଷ୍ଠ ସମନ୍ୱୟ ବଜାୟ ରଖିବାକୁ ପୁନଃ ନିଶ୍ଚିତ କରିଥିଲେ।
