ନିଆଳି : ଭୁବନେଶ୍ୱର ସ୍ଥିତ ବାଲିଅନ୍ତା ଓ ସତ୍ୟନଗର ସହିତ କଟକ ଏସ ସି ବି ମେଡ଼ିକାଲ ପରିସରରେ ନିର୍ମିତ ଅତିଉଚ୍ କ୍ଷମତା ସମ୍ପନ୍ନ ଗ୍ରିଡ୍ ସବଷ୍ଟେସନ ଲୋକାର୍ପଣ ଉତ୍ସବ ବାଲିଅନ୍ତା ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ଲୋକାର୍ପିତ ହୋଇଥିବା ବେଳେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଓ ପି ଟି ସି ଅଲ୍ ସି ଏମ୍ ଜି ଭାସ୍କର ଶର୍ମା, ଖୋର୍ଦ୍ଧା ଜିଲ୍ଲା ଜିଲ୍ଲାପାଳ ଅମୃତ ରୁତୁରାଜ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଗ୍ରିଡ୍ ତିନୋଟି ଛଅ ସହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଏହା ଦ୍ୱାରା ବାଲିଅନ୍ତା, ସତ୍ୟନଗର ଓ କଟକ ଏସ ସି ବି ମେଡ଼ିକାଲ ପରିସର ତଥା ଆଖପାଖ ଅଞ୍ଚଳ ବାସୀ ବିଦ୍ୟୁତ୍ ସମସ୍ୟାରୁ ମୁକ୍ତି ପାଇବେ। ଙକ୍ଟ୍ରଗ୍ଧମକ୍ଷ ତତ୍ତ୍ୱାବଧାନରେ ଖୁବ୍ ଶୀଘ୍ର ଏହି ପ୍ରକଳ୍ପ ନିର୍ମିତ ହୋଇଥିବାରୁ ମୁଖ୍ୟ ମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି। ୩ଟି ଗ୍ରିଡ ସହ ୮ଟି ଟ୍ରାନ୍ସ ମିଶନ ଲାଇନ ଯାହା ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଲୋକାର୍ପିତ ଉତ୍ସବରେ ବାଲିଅନ୍ତା ଅଞ୍ଚଳର ପ୍ରଶାସନିକ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବହୁ ସଂଖ୍ୟାର ଜନ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ୧୯୮୯ମସିହାରୁ ଚନ୍ଦକା ଗ୍ରିଡ୍ ଉପରେ ନିର୍ଭର କରି ଏହି ଅଞ୍ଚଳ ଚଳି ଆସୁଛି। ଏହି ଗ୍ରିଡ୍ ହେବା ଦ୍ୱାରା ବିଦ୍ୟୁତ୍ ସମସ୍ୟା ବହୁ ମାତ୍ରାରେ ସମାଧାନ ହେବ ବୋଲି ମୁଖ୍ୟ ମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଜୟଦେବ ବିଧାୟକ ଚାଷୀ ମାନଙ୍କ ଉପକାର ପାଇଁ କେନାଲ ନଦୀ ଉନ୍ନତି କରଣ ସହ କୋଲ ଷ୍ଟୋର ନିର୍ମାଣ ଓ ବୁଲଗୋରୁଙ୍କ ପାଇଁ ଗୋଶାଳା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
