ଫୁଲବାଣୀ: ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୁଆଁ ପଦର ପଂଚାୟତ ଛକ ରାସ୍ତା କଡରେ ଥିବା ଏକ ବିରାଟକାୟ ଶୁଖିଲା ପଣସ ଗଛ ଆଜି ସକାଳେ ଜଣେ ବାଇକ ଚାଳକ ଙ୍କ ଉପରେ ପଡିଯିବାରୁ ସେହି ବ୍ୟକ୍ତି ଅଧିକ ଗୁରୁତର ହୋଇଥିବା ଯୋଗୁଁ ଚିକିତ୍ସିତ ଅବସ୍ଥା ରେ ଡାକ୍ତରଖାନା ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ରୁ ପ୍ରକାଶ ଲତପଙ୍ଗିଆ ଗ୍ରାମର ବିପିନ କହଁର ନାମକ ଜୈନିକ ବ୍ୟକ୍ତି ବାଇକ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ ଶୁଖୁଲା ଗଛ ଟିପଡ଼ି ଯାଇଥିଲା, ତାଙ୍କୁ ଗ୍ରାମବାସୀଙ୍କ ସହାୟତା ରେ ସ୍ଥାନୀୟ ମେଡିକାଲ କୁ ନେଇ ଆଶୁ ଚିକିତ୍ସା କରିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଥାଉକି ସେହି ଶୁଖୁଲା ପଣସ ଗଛ କାଟିବା ପାଇଁ ଗ୍ରାମବାସୀ ଦାବୀ କରୁ ଥିଲେ ମଧ୍ୟ ତାହା କଟାଯାଇ ନଥିଲା। ଆଜି ସେହି ଶୁଖିଲା ବିରାଟ କାୟ ଗଛ ପଡି ଜଣେ ମୂଲ୍ୟବାନ ଜୀବନ ଚାଲି ଯାଇଥିବା ଯୋଗୁଁ ସେହି ଅଞ୍ଚଳ ବାସୀ ମୃତକ ପରିବାର ରେ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଫିରିଙ୍ଗିଆ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଥିଲା। ପୋଲିସ୍ ମେଡିକାଲ୍ ରୁ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ବଡ଼ ମେଡିକାଲ୍ କୁ ପଠାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀ ଧର ପ୍ରଧାନ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
