ଫୁଲନଖରା: ସଦର ଥାନା ଅଧୀନ ଉଷୁମା ସ୍ଥିତ ଦେଓକାଳୀ ପଠାରେ ଅଗ୍ରଣୀ ସାମାଜିକ ସେବା ସଂଗଠନ ” ହିନ୍ଦୁସ୍ଥାନ ହେଲପିଂ ହ୍ୟାଣ୍ଡସ ‘ ଦ୍ୱାରା ସଂସ୍ଥାପିତ ‘ନିୟୁ ସୁନ୍ଦରବନ ‘ ଜଙ୍ଗଲରେ କେହି ଦୁର୍ବୃତ୍ତ ହୀନ ଉଦ୍ୟେଶ ରଖି ପୁଣି ଥରେ ଦୁଇ ଶହରୁ ଅଧିକ ଗଛକୁ ଭାଙ୍ଗି ନଷ୍ଟଭ୍ରଷ୍ଟ କରିଦେଇଛି ଗତ ୧୦ ଦିନ ତଳେ କିଏ ନିଆଁ ଲଗାଇ ଦେବାରୁ ଦୁଇ ହଜାର ରୁ ଉର୍ଦ୍ଧ୍ୱ ଗଛ ପୋଡିଯାଇଥିଲା କ୍ଷ ଏ ବାବଦରେ ସଂଗଠନ ତରଫରୁ ସଦର ଥାନା ରେ ଅଭିଯୋଗ କରିବାରୁ ପୁଲିସ ଘଟଣାସ୍ଥଳ କୁ ଯାଇ ବାସ୍ତବତାକୁ ପରଖି ଯାଇଥିଲେ ବି ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇ ନ ଥିଲା କ୍ଷ ଏଥିରୁ ଉତ୍ସାହିତ ହୋଇ ଦୁର୍ବୃତ୍ତ ପୁଣି ଥରେ ଜଙ୍ଗଲ ନଷ୍ଟ କରିବାକୁ ସାହସ ପାଇଛିବୋଲି ହିନ୍ଦୁସ୍ଥାନ ହେଲପିଂ ହ୍ୟାଣ୍ଡସ ସଂଗଠନ ତଥା ସଦର ପ୍ରେସ କ୍ଲବର ଉପଦେଷ୍ଟା ଶ୍ରୀସନ୍ନ୍ୟାସୀ ଜୀ ପ୍ରକାଶ କରିଛନ୍ତି କ୍ଷ ଦଶ ରୁ ଉର୍ଦ୍ଧ୍ୱ ଜଙ୍ଗଲ ସୃଷ୍ଟି କରି ପାରିଥିବା ହିନ୍ଦୁସ୍ଥାନ ସଂଗଠନ ଗତ ଦୁଇ ବର୍ଷ ତଳେ ବିନା କୌଣସି ସରକାରୀ ସହାୟତାରେ ସିଢୁଆ ନଦୀ ପଠାରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ କରି ସେଥିରେ ଯତ୍ନ ସହକାରେ ସାର, ଖତ ଏପରିକି ଟ୍ୟାଙ୍କର ଯୋଗେ ପାଣି ଦେଇ ଗଛ ଗୁଡିକୁବଢ଼ାଇ ଆସୁଥିଲେ କ୍ଷ କିନ୍ତୁ କିଛି କୁସ୍ଚିତ ଲୋକ ସେଥିରେ ନିଆଁ ଲଗାଇ ଦେଇଥିଲେ ପୋଡି ଯାଇଥିବା ଗଛରେ ହାଇଡ୍ରୋଜେନ ପେରକ୍ସକ୍ଷଇଡ ଆଦି ରସାୟନ ପ୍ରୟୋଗ କରି ସେଗୁଡିକୁ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଉଥିବାବେଳେ ଗତକାଲି ଦୁର୍ବୃତ୍ତମାନେ ପୋଡ଼ିଯାଇଥିବା ଗଛ ସହିତ ଭଲ ଗଛ ଗୁଡିକୁ ବି ମୋଡିମକଚି ନଷ୍ଟ କରିଦେଇଛନ୍ତି ଏ ଘଟଣା ସଂଗଠନର ସଦସ୍ୟଙ୍କୁ ମର୍ମାହତ କରିଛି କ୍ଷ ଏ ବାବଦରେ ଡିସିପି ଙ୍କ ଆଗରେ ଗୁହାରି କରି୍ୱା ପାଇଁ ସଂଗଠନ ସଜବାଜ ହେଉଥିବାର ଜଣାପଡିଛି
