ଚଣ୍ଡିଖୋଲ : ବସ ଚାଳକର ବେପରୁଆ ଗାଡି ଚାଳନାରୁ ଆଜି ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ନିକଟ କଢ଼ାଇଛକ ନିକଟରେ ଯଶୋଦା ନାମକ ଏକ ବସ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏକ ନିଶ୍ଚିତ ବିପଦରୁ ବହୁ ଯାତ୍ରୀ ରକ୍ଷା ପାଇଯାଇଛନ୍ତି ।ସୂଚନା ଅନୁସାରେ ଭୁବନେଶ୍ୱର ରୁ ବାଲେଶ୍ୱର ଅଭିମୁଖେ ପାଖା ପାଖି ୫୨ ଜଣ ଯାତ୍ରୀଙ୍କୁ ନେଇ ଯଶୋଦା ନାମକ ଏସି ବସ ଯାଉଥିଲା । ତେବେ ବସ ଚାଳକର ବେପରୁଆ ଗାଡି ଚାଳନା ସହିତ ଦ୍ରୁତଗତି ଯୋଗୁଁ ଆଜି ଏପରି ଦୃଘଟଣା ଘଟିଥିବା କିଛି ଯାତ୍ରୀ ସମାଜକୁ କହିଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥ କଢ଼ାଇ ଛକ ନିକଟରେ ବସଟି ଅତି ଦୃତ ଗତିରେ ଯାଉଥିବା ସହିତ ଚାଳକ ବେପରୁଆ ଗାଡି ଚାଳନା ଯୋଗୁଁ ବସଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା ।ଫଳରେ ବସ ଭିତରେ ଥିବା ଯାତ୍ରୀମାନେ ବସର କାଚ ଭାଙ୍ଗି ପଦାକୁ ବହୁ କଷ୍ଟରେ ବାହାରିଥିଲେ । ଦୃଘଟଣା ସମୟରେ ଏହାର ଦୃଶ୍ୟ ଦେଖି ଜଣାପଡୁଥିଲା କି ନିଶ୍ଚିତ ଏକ ବଡ଼ ଘଟଣା ଘଟିଛି ବୋଲି କିନ୍ତୁ ଭଗବାନଙ୍କ ଆଶୀର୍ବାଦ ଫଳରେ ମାତ୍ର ୫ ଜଣ ଯାତ୍ରୀ ଗୁରୁତର ହୋଇ କଟକ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର ହୋଇଥିବା ବେଳେ ବସରେ ଥିବା ୫ ଜଣ ଫୁଟବଲ ଖେଳାଳୀ ଆହତ ହୋଇଛନ୍ତି ।ସମସ୍ତ ଆହତଙ୍କୁ ବଡ଼ଚଣା ଗୋଷ୍ଟି କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି । ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବଡ଼ଚଣା ପୁଲିସ ସମସ୍ତ ଯାତ୍ରୀଙ୍କୁ ପୁଲିସ ଗାଡିରେ ଡାକ୍ତରଖାନାକୁ ନେଇଥିଲେ ଏବଂ ଡାକ୍ତର ଖାନାରେ ନିଜେ ଥାନାଧିକାରି ଜଗଦୀଶ କର, ଏସଆଇ ସାନ୍ତନୁ ମିଶ୍ର, ଏଏସଆଇ ସୁବ୍ରତ କୁମାର ପ୍ରଧାନ, କଳ୍ପନା ନାୟକ ପ୍ରମୁଖ ରହି ଯାତ୍ରୀମାନଙ୍କ ଚିକିତ୍ସା ଉପରେ ଯଥେଷ୍ଟ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଦୃଘଟଣାରେ ବାଲେଶ୍ୱରର ରାଜା ଦାସ(୧୫) ଅତିଗୁରୁତର ହୋଇପଡ଼ିଥିଲେ ଏବଂ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା ।ସେହିପରି ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ୫ ଜଣ ଫୁଟବଲ ଖେଳାଳୀ ମଧ୍ୟ ଆହତ ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ନିଜନିଜ ଘରକୁ ବସ ଯୋଗେ ପଠାଇ ଦିଆଯାଇଛି ।ଦୃଘଟଣା ପରେ ବସ ଚାଳକ ଓ କଣ୍ଡକ୍ଟର ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ଏବଂ ବଡ଼ଚଣା ପୁଲିସ ଦୃଘଟଣା ହୋଇଥିବା ବସ କୁ ଥାନାରେ ଅଟକ ରଖିଛ।
