କନ୍ଧମାଳ: କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ନିର୍ଦ୍ଦେଶ କ୍ରମେ ମାଓ ମୁକ୍ତ ହେଲାଣି କନ୍ଧମାଳ। ଏବେ ମଧ୍ୟ ପୋଲିସ୍ ର କମ୍ବିଙ୍ଗ ଅପରେଶନ ଜାରି ରହିଛି। ମାଓବାଦୀ କ୍ୟାମ୍ପ ଗୁଡ଼ିକରେ ଲୁଚାଇ ରଖିଥିବା ମାଓ ସାମଗ୍ରୀ ଜବତ କରିଛି ପୋଲିସ। କମ୍ୱିଂ କରି ବିପୁଳ ମାଓ ସାମଗ୍ରୀ ଜବତ କରିଥିବା ହେତୁ କନ୍ଧମାଳ ପୋଲିସ୍ କୁ ମିଳିଛି ବଡ ସଫଳତା। ବିଭିନ୍ନ ଉତ୍ସରୁ ଗୁପ୍ତ ସୂଚନା ପାଇବା ପରେ, କନ୍ଧମାଳ ପୋଲିସ୍ ମାଓବାଦୀ ମାନେ ଏକ ସ୍ଥାନରେ ବିଭିନ୍ନ ମାଓ ସାମଗ୍ରୀ ଗୁଡିକ ଲୁଚାଇ ରଖାଯାଇଥିବା ବିଷୟରେ ପୋଲିସ୍ ଖବର ପାଇଥିଲା। ଉକ୍ତ ସୂଚନା ଆଧାରରେ, କନ୍ଧମାଳର ୫ଟି ଝଙଏ ଟିମ୍, ୧୮୦ ବାଟାଲିୟନ୍ ଈଝୠର ୩ଟି ୟୁନିଟ୍, ଊଠ ଠୠ ଫୋର୍ସ ଗୋଟିଏ ୟୁନିଟ୍?କୁ ନେଇ ଏକ ମିଳିତ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅପରେସନ ରାଇକିଆ, ବାଲିଗୁଡ଼ା, ଦାରିଙ୍ଗବାଡ଼ି ଓ କୋଟଗଡ଼ ଥାନା ଅଧୀନସ୍ଥ ବାବୁଟି, ଜିମାବାଡ଼ି, କରହାପଙ୍ଗା, ଗରାରହାମାହା, ଜିମାରାହା, ପାଦାଲମାଳା, ମାଟାବାଡ଼ି, ଟେଲସି, ସିଦୁପାଦର, ରାନିପଙ୍ଗା, ଝାଝିବାଡ଼ି, ଟୁକୁବାଡ଼ି, ସାତାରି, ସାଲାକିଙ୍ଗି, ମଣ୍ଡଳାଜିରିଙ୍ଗା, ପାରିଗଡ଼ ଓ ପେନାମାଲା ଅଞ୍ଚଳ ଏବଂ ବାମୁଣୀଗାଁ ଥାନା ଅଧୀନସ୍ଥ ସୁଲୁମା, କାଲିଙ୍ଗି ଓ ଗଦାପୁର ଅଞ୍ଚଳରେ ,ଜାରି ରହିଥିଲା । ସେହି ଅଞ୍ଚଳ ଗୁଡ଼ିକ ରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ୍ ଜାରିରଖି ଖୋଜାଖୋଜି ସମୟରେ, କନ୍ଧମାଳ ଊଠୠ ଦଳ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମାଟ୍ରାବାଡ଼ି ଗ୍ରାମ ନିକଟରେ ବହୁତ ମାଓ ସାମଗ୍ରୀ ଲୁକ୍କାୟିତ ରଖାଯାଇଥିବା ସ୍ଥାନକୁ ଚିହ୍ନ ଚିହ୍ନଟ କରିଥିଲା। ସେହି ସ୍ଥାନ ରେ ଆଇ ଇ ଡି ଟିଫିନ୍ ବୋମା ଖଞ୍ଜାଯାଇଥିବା ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ସେହି ଅଞ୍ଚଳରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ଓ ସୁରକ୍ଷା କର୍ମୀ ୨୮.୦୮.୨୦୨୬ ତାରିଖରେ ମାଓବାଦୀ ମାନେ ଲୁଚାଇ ରଖି ଥିବା ମାଓ ସାମଗ୍ରୀ ସେହି ଲୁକ୍କାୟିତ ସ୍ଥାନରୁ ବିପୁଳ ମାଓ ସାମଗ୍ରୀ ୧୨ ଟି ବୋର୍ ରାଇଫଲ୍,୨ ଟି ସିଙ୍ଗେଲ ସଟ୍ ରାଇଫଲ, ଝଈଖ ଗ୍ରେନେଡ ଗୋଟିଏ, ୧୯ ଇଲେକ୍ଟାନିକ୍ସ ଡି ନେକ୍ଟର , ୨ ଟି ଟିଫିନ୍ ବାକ୍ସ ଓଋଊ, କର୍ଦେକ୍ସ ୧ ବଣ୍ଡଲ୍,୧୩ ଟି ୩୦୩ ରାଇଫଲ ଗୁଳି ସିଙ୍ଗଲ୍ ସଟ୍ ରାଇଫଲ୍, କିଛି ପରିମାଣ ବିଦ୍ୟୁତ୍ ତାର, କିଛି ପରିମାଣ ଔଷଧ କିଟ୍, ସିଙ୍ଗଲ୍ ସଟ୍ ଗୁଳି ,ସୋଲାର୍ ପ୍ୟାନେଲ୍,ଦଉଡ଼ି ବଣ୍ଡଲ୍,ପଲିଥିନ୍ ସିଟ୍,ଜୋତା/ଚପଲ ଯୋଡ଼ା, ଟୁଥ ଟୁବ୍ରଶ୍ ,ହାଭରସ୍ୟାକ୍ (ବ୍ୟାଗ୍) ମାଓବାଦୀ ୟୁନିଫର୍ମ ସାର୍ଟ ,ସାଧାରଣ ସାର୍ଟ,ସାଧାରଣ ପ୍ୟାଣ୍ଟ ,ହାଫ୍ ପ୍ୟାଣ୍ଟ,ଟ୍ରାଉଜର୍ ପ୍ଯାଣ୍ଡ ,ମାଓ ପୁସ୍ତିକା, ଏଭଳି ବିପୁଳ ପରିମାଣ ମାଓ ସାମଗ୍ରୀ ପୋଲିସ୍ ସୁରକ୍ଷା ର ସହ ଉଦ୍ଧାର କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍ ପି ରମେନ୍ଦ୍ର ପ୍ରସାଦ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।
