ପାରଳାଖେମୁଣ୍ଡ: ଗଜପତି ଜିଲ୍ଲାରୁ ୫ ଜଣ ନାବାଳିକାଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଚାଲାଣ ଅଭିଯୋଗ ଘଟଣାରେ ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ତେଲେଙ୍ଗାନାର ହାଇଦ୍ରାବାଦରୁ ୫ ଜଣ ନାବାଳିକାଙ୍କୁ ଅଡ଼ବା ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଦଲାଲ ରାଜକୁମାର ବାସ୍ତ୍ରେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି. ଘଟଣାରୁ ପ୍ରକାଶ, ରାୟଗଡ଼ା-କନ୍ଧମାଳ-ଗଜପତି ସୀମାବର୍ଷୀ ଅଞ୍ଚଳର ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ଆଦିବାସୀ ପରିବାରର ନାବାଳିକାଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଦ୍ଧାର ନାବାଳିକାଙ୍କ ମଧ୍ୟରେ କନ୍ଧ ଓ ସଉରା ସମ୍ପ୍ରଦାୟର ଝିଅ ଥିବା ଜଣାପଡ଼ିଛି। ଏନେଇ ଅଡ଼ବା ଅଞ୍ଚଳର ଜଣେ ମହିଳା ସରପଞ୍ଚଙ୍କ ଅଭିଯୋଗ କ୍ରମେ ଅଡ଼ବା ଥାନାରେ ଚଳିତମାସ ୧୭ ତାରିଖରେ କେସ୍ ନଂ. ୧୮୦/୨୦୨୬ରେ ଏକ ମକଦ୍ଦମା ରୁଜୁ ହୋଇଥିଲା। ଆ.ର୍ ଉଦୟଗିରି ଏସ୍?ଡିପିଓ ରାକେଶ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ନାବାଳିକାମାନଙ୍କୁ ହାଇଦ୍ରାବାଦ ନିଆଯାଇଥିବା ସୂଚନା ମିଳିବା ପରେ ଗଜପତି ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ହାଇଦ୍ରାବାଦ ପଠାଯାଇଥିଲା । ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଓ ଯାଞ୍ଚ କରିବା ପରେ ୫ ନାବାଳିକାଙ୍କୁ ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର କରରାଯାଇଥିଲା.
