filter: 0; fileterIntensity: 0.0; filterMask: 0; captureOrientation: 90; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 2;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 34;
ବାଲୁଗାଁ: ରବିବାର ବିଳମ୍ବିତ ରାତିରେ ଜଣେ ପୁରୋହିତଙ୍କ ଘରୁ ଲୁଟେରା ଚୋରି କରିବାକୁ ଆସିଥିବା ବେଳେ ସେଥିରେ ବିଫଳ ହୋଇ ଘର ମୁଖ୍ୟ କବାଟ ଭାଙ୍ଗିବା ସହ କଂସା ବାସନ ଫୋଫଡ଼ା ଫିଙ୍ଗା କରିଥିବା ଦେଖିବାକୁ ମିଳିଛି।ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ସୁବୁଦ୍ଧି ପାଟଣା ଗ୍ରାମର ପୁରୋହିତ ଅଜିତ କୁମାର ନନ୍ଦଶର୍ମା ଘରେ ଏକାକୀ ରହୁଥିବାରୁ ଏହାର ସୁଯୋଗ ନେଇ ରବିବାର ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ତାଙ୍କ ଘରକୁ ଚୋରି କରିବାକୁ ଆସିଥିଲେ।ଦୁବୃର୍ତ୍ତ ମାନେ ବାହାରୁ ବିଦ୍ୟୁତ ସଂଯୋଗ କାଟି ମୁଖ୍ୟ କବାଟ ଭାଙ୍ଗିବା ସହ ଘର ମଧ୍ୟକୁ ଟେକା ପଥର ମାଡ଼ କରିଥିଲେ।ଏସବୁ ଦେଖି ପଣ୍ଡିତ ଶ୍ରୀ ନନ୍ଦଶର୍ମା ଜୋରରେ ପାଟି କରିବାରୁ ପଡିଶା ଘର ଲୋକମାନେ ଉଠି ପଡ଼ିବା ମାତ୍ରେ ଦୁବୃର୍ତ୍ତ ମାନେ ଛତ୍ରଭଙ୍ଗ ଦେଇଥିଲେ।ବାହାରେ ଦେଖିବା ବେଳକୁ କଂସା ବାସନ ଚାରିଆଡ଼େ ପଡ଼ିଥିବା ବେଳେ ବହୁ ଉଦ୍ୟମ କରି ଦୁବୃର୍ତ୍ତ ପାଣି ମୋଟର ଓ ବାଇକ ନେବାରେ ବିଫଳ ହୋଇଥିବା ଶ୍ରୀ ନନ୍ଦଶର୍ମା କହିଛନ୍ତି।ଏନେଇ ଶ୍ରୀ ନନ୍ଦଶର୍ମା ନାଭାଲ ଫାଣ୍ଡିରେ ଏତଲା ଦେବାପରେ ଘଟଣା ସ୍ଥଳରେ ଫାଣ୍ଡି ଅଧିକାରୀ ଶ୍ରୀନିବାସ ସାମନ୍ତ ସଦଳବଳେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।ପୁରୋହିତଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହସ ଦେଖି ସ୍ଥାନୀୟ ଲୋକେ ସାଧୁବାଦ୍ ଜଣାଇଛନ୍ତି।ଉକ୍ତ ରାତିରେ ନିକଟସ୍ଥ ଖଡ଼ିକା ପଲ୍ଲୀ,ଛତ୍ରଗଡ ଓ ନାଭାଲ ଛକ ନିକଟରେ ଚୋରି ହୋଇଥିବା ଜଣାପଡିଛି।
