ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କେ ବରିଡା ପଞ୍ଚାୟତର ନିମିନା ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଚନ୍ଦନପୁର ପଞ୍ଚାୟତ ମୁଣ୍ଡୁଳା ଗ୍ରାମର ପର୍ଶୁରାମ ବିଶ୍ୱାଳଙ୍କ ସ୍ତ୍ରୀ ଜାନକୀ ବିଶ୍ୱାଳ (୪୨) । ପ୍ରାପ୍ତସୂଚନା ଅନୁଯାୟୀ ମୃତ ଜାନକୀ କୌଣସି କାମରେ ତାଙ୍କ ବାପଘର ଯାଇ ନିମିନା ଗ୍ରାମରେ ଥିଲେ ।ସୋମବାର ରାତ୍ର ପ୍ରାୟ ୧ ଘଣ୍ଟ ସମୟରେ ଶୋଇଥିବା ଅବସ୍ଥାରେ ଏକ ରଣା ସାପ ତାଙ୍କୁ କାମୁଡ଼ିଥିଲା । ତୁରନ୍ତ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯଇଥିଲା । ମଙ୍ଗଳବାର ବିଳମ୍ବିତ ରାତ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଥିଲା । ମୃତକଙ୍କ ସ୍ୱାମୀ, ଦୁଇପୁଅ ଏବଂ ଜଣେ ଝିଅ ଅଛନ୍ତି । ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହୋଇଛି ।
