ନୂଆଦିଲ୍ଲୀ: ନିର୍ବାଚନୀ ଅନିୟମିତତା ଅଭିଯୋଗ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ମେଣ୍ଟ “ଇଣ୍ଡିଆ’ପକ୍ଷରୁ ଆୟୋଜିତ “ଚଲୋ ଦିଲ୍ଲୀ’ ବିକ୍ଷୋଭ କାର୍ଯ୍ୟକ୍ରମ ପୂର୍ବରୁ, ରବିବାର ଦିନ ଦିଲ୍ଲୀର ରାମଲୀଳା ମୈଦାନରେ ବିଭିନ୍ନ ଦଳର ସମର୍ଥକମାନେ ଏକଜୁଟ ହୋଇଛନ୍ତି। ଏହା ସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀମାନେ ମଧ୍ୟ ଏକତ୍ରିତ ହୋଇଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଟିଏମସି ମୁଖ୍ୟ ମମତା ବାନାର୍ଜୀ, ସିପିଆଇ(ଏମ୍)ର ସାଧାରଣ ସମ୍ପାଦକ ଏମ୍.ଏ. ବେବି, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ଏବଂ ସିପିଆଇ ଲିବରେସନର ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କ ସମେତ ଅନେକ ବରିଷ୍ଠ ନେତା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରୁ ସେମାନେ ଏକ ଖୋଲା ବସ୍ରେ ମିଣ୍ଟୋ ରୋଡ୍ ଅଭିମୁଖେ ଯାଇଥିଲେ ଏବଂ ସେଠାରୁ ରାମଲୀଳା ମୈଦାନ ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ସାମିଲ ହୋଇଥିଲେ। ମଧ୍ୟାହ୍ନ ବେଳକୁ ବିକ୍ଷୋଭ ସ୍ଥଳରେ ଭିଡ଼ ବଢ଼ିବାରେ ଲାଗିଲା। “ଇଣ୍ଡିଆ’ ମେଣ୍ଟ ଅନ୍ତର୍ଗତ ବିଭିନ୍ନ ଦଳର ସମର୍ଥକ, ଦଳୀୟ କର୍ମୀ ତଥା ସେମାନଙ୍କ ଯୁବ ଓ ଛାତ୍ର ସଙ୍ଗଠନର ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସେମାନେ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରିବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ। ବିଭିନ୍ନ ରାଜ୍ୟରୁ ଦଳୀୟ କର୍ମୀମାନଙ୍କୁ ଏହି ବିକ୍ଷୋଭ ପାଇଁ ଅଣାଯାଇଥିବା ବେଳେ, ଅନେକ ସମର୍ଥକ ରବିବାର ସକାଳେ ଦିଲ୍ଲୀରେ ପହଞ୍ଚିଥିଲେ; ଆଉ କିଛି ସମର୍ଥକ ଶନିବାର କିମ୍ବା ତା’ ପୂର୍ବରୁ ରାଜଧାନୀରେ ପହଞ୍ଚି ସାରିଥିଲେ। କ ମେଣ୍ଟର ବରିଷ୍ଠ ନେତାମାନେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରୁ ପଦଯାତ୍ରା ଆରମ୍ଭ ସ୍ଥାନ ପର୍ଯ୍ୟନ୍ତ ଖୋଲା ବସରେ ଯାତ୍ରା କରିବେ ବୋଲି ଆଶା କରାଯାଉଛି। ରାମଲୀଳା ମୈଦାନରେ, ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ମୁଖ୍ୟ ମଞ୍ଚ ଉପରେ ଏକ ବିଶାଳ ତ୍ରିରଙ୍ଗା ଛାଉଣୀ (କାନୋପି) ଲଗାଯାଇଛି। ଏହା ବ୍ୟତୀତ “ଇଣ୍ଡିଆ’ ମେଣ୍ଟର ବିଭିନ୍ନ ରାଜ୍ୟ ଶାଖାର ପ୍ରତିନିଧିମାନଙ୍କ ପାଇଁ ଏକ ଦ୍ୱିତୀୟ ମଞ୍ଚର ବ୍ୟବସ୍ଥା କରାଯାଉଛି। ସେଠାରେ ଧାଡ଼ି ଧାଡ଼ି ହୋଇ ଧଳା ରଙ୍ଗର ତମ୍ବୁ ଲଗାଯାଇଛି, ଲୋକଙ୍କ ଚଳାଚଳ ନିୟନ୍ତ୍ରଣ ପାଇଁ ଧାତବ ବ୍ୟାରିକେଡ୍ ବସାଯାଇଛି ଏବଂ ଅସ୍ଥାୟୀ ମଞ୍ଚ ମଧ୍ୟ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀଙ୍କ ପାଇଁ ପୃଥକ ପ୍ରବେଶ ଦ୍ୱାର ଏବଂ ସ୍ୱତନ୍ତ୍ର ସ୍ଥାନ (ଏନକ୍ଲୋଜର)ର ବ୍ୟବସ୍ଥା କରାଯାଉଛି। ଆୟୋଜକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱେଚ୍ଥାସେବୀ ନିୟୋଜିତ କରନ୍ତୁ, ପାନୀୟ ଜଳ ଓ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟର ବ୍ୟବସ୍ଥା କରନ୍ତୁ ଏବଂ ଟ୍ରାଫିକ୍ ପୋଲିସ୍ ସହ ମିଶି ଗାଡ଼ି ପାର୍କିଂର ପରିଚାଳନା କରନ୍ତୁ। ଏହି ସ୍ଥାନରେ ରାତି ବିତାଇବାକୁ ଅନୁମତି ଦିଆଯାଇନାହିଁ। “ଇଣ୍ଡିଆ’ ମେଣ୍ଟ ପକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଥିବା ବେଳେ, ଦିଲ୍ଲୀ ପୋଲିସ୍ ପ୍ରାୟ ୫୦,୦୦୦ ଲୋକ ଆସିପାରନ୍ତି ବୋଲି ଆକଳନ କରିଛି। ରାମଲୀଳା ମୈଦାନରେ ସାଧାରଣ ଅବସ୍ଥାରେ ୪୫,୦୦୦ ରୁ ୫୦,୦୦୦ ଲୋକ ରହିପାରିବେ, କିନ୍ତୁ ଚୌକି, ବିଭିନ୍ନ ବିଭାଗୀୟ ସ୍ଥାନ (ଏନକ୍ଲୋଜର) ଏବଂ ଚଳାଚଳ ପାଇଁ ରାସ୍ତା ରହିବା ପରେ ଏହାର କ୍ଷମତା ପ୍ରାୟ ୩୦,୦୦୦ ରୁ ୪୦,୦୦୦କୁ ଖସି ଆସିବ ବୋଲି ଅନୁମାନ କରାଯାଉଛି। ଯଦି ଅଧିକ ଲୋକ ଆସନ୍ତି, ତେବେ ସେମାନଙ୍କ ପାଇଁ ପଡ଼ିଆ ବାହାରେ ସ୍ଥାନ ଖାଲି ରଖାଯିବ। ପଦଯାତ୍ରା ମାର୍ଗ ଏବଂ ସଭାସ୍ଥଳରେ ସୁରକ୍ଷା ତଥା ଭିଡ଼ ପରିଚାଳନା ପାଇଁ ୪,୦୦୦ ରୁ ଅଧିକ ପୋଲିସ୍ କର୍ମଚାରୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ ନିୟୋଜିତ କ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଖାର୍ଗେ ଏକ ପ୍ରସ୍ତାବ ଆଗତ କରିଥିଲେ, ଯେଉଁଥିରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଅଭିଯୋଗଗୁଡ଼ିକୁ ଉଲ୍ଲେଖ କରାଯାଇଥିଲା। ପ୍ରସ୍ତାବଟି ଗୃହୀତ ହେବା ପୂର୍ବରୁ ରାହୁଲ ଗାନ୍ଧୀ ଏଥିରେ ନିଜର ସମାପ୍ତି ମନ୍ତବ୍ୟ ରଖିଥିଲେ। ନିର୍ବାଚନ ତାଲିକାର ଏସଆଇଆର ପ୍ରକ୍ରିୟା ସମୟରେ ବ୍ୟାପକ ଭାବେ ଭୋଟରଙ୍କ ନାମ କାଟି ଦିଆଯାଇଥିବା ନେଇ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଏବଂ ଏହାକୁ “ଭୋଟ୍ ଚୋରି’ ବୋଲି ଆଖ୍ୟା ଦେଇ ବିରୋଧ ପ୍ରଦର୍ଶନ କରୁଛନ୍ତି।
