ବାରିପଦା ; ଠାକୁରମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ଧର ପଗଡ଼ କରାଯାଇ ୨ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ମୋଟ ୧୯ ଲିଟର ଦେଶୀ ମଦ ଜବତ କରାଯାଇଛି। ସୂଚନା ଅନୁସାରେ, ଅବକାରୀ ବିଭାଗ ଖମଡିହା ଗ୍ରାମ ରାସ୍ତା ଏବଂ ଖୁଣ୍ଟାପୋଷି ଗ୍ରାମ ରାସ୍ତାରେ ଚଢାଉ କରିଥିଲା।

ପ୍ରଥମ କେଶରେ ଅଭିଯୁକ୍ତ ଖମଡିହା ଗ୍ରାମର ଉର୍ବଶୀ ସାହୁ( ବୟସ ୪୦)ଙ୍କ ନିକଟରୁ ୧୧ ଲିଟର ଦେଶୀ ମଦ ଜବତ କରାଯାଇଛି କ୍ଷଦ୍ୱିତୀୟ କେଶରେ ଅନାମନୀ ମୁର୍ମୁ, (ବୟସ ୩୭)ଙ୍କୁ ଖୁଣ୍ଟାପୋଷି ଗ୍ରାମ ରାସ୍ତାରୁ ୮ ଲିଟର ଦେଶୀ ମଦ ସହ ଗିରଫ କରାଯାଇଛି । ଉଭୟଙ୍କ ବିରୁଦ୍ଧରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
