ମୋତିହାରୀ: ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାରେ ଘଟିଥିବା ହୁଚ୍ ଦୁର୍ଘଟଣାରେ ରବିବାର ଦିନ ମୃତ୍ୟୁ ସଂଖ୍ୟା ନଅକୁ ବୃଦ୍ଧି ପାଇଛି, ଅଧିକାରୀମାନେ କହିଛନ୍ତି ଯେ ନକଲି ମଦ ପିଇ ଆଉ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁବାର ପ୍ରଥମ ମୃତ୍ୟୁ ରିପୋର୍ଟ ହୋଇଥିଲା। ଳଜିଲ୍ଲା ମାଜିଷ୍ଟ୍ରେଟ୍ ସୌରଭ ଜୋରୱାଲ୍ କହିଛନ୍ତି ଯେ ମୋତିହାରୀର ତୁର୍କେøଲିଆ ଏବଂ ରଘୁନାଥପୁର ଅଞ୍ଚଳରେ ମୃତ୍ୟୁ ଘଟଣାରେ ମୋଟ ୧୫ ଜଣଙ୍କୁ ଗିରଫ କରାଯାଇଛି
