ନୂଆଦିଲ୍ଲୀ : ବିଧିବଦ୍ଧ ଭାବେ ହକି ବିଶ୍ୱକପର ସେମି ଫାଇନାଲ ରେସରୁ ବିଦାୟ ନେଇଛି ଭାରତ। ରବିବାର ଭାରତୀୟ ମହିଳା ଦଳ ଓ ଆଜି ଭାରତୀୟ ପୁରୁଷ ଦଳ ହକି ବିଶ୍ୱକପର ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଭାରତୀୟ ମହିଳା ଦଳ ନିଜର ଶେଷ ମ୍ୟାଚ୍କୁ ଅଷ୍ଟ୍ରେଲିଆ ସହ ୦-୦ରେ ଶେଷ କରିଥିଲେ ହେଁ ଗୋଲ ବ୍ୟବଧାନ ଦୃଷ୍ଟିରୁ ସେମି ଫାଇନାଲ ରେସ୍ରୁ ବାଦ ପଡ଼ିଥିଲା। ଆଉ ଭାରତୀୟ ପୁରୁଷ ଦଳକୁ ସେମି ରେସ୍ରେ ରହିବା ପାଇଁ ଆର୍ଜେଣ୍ଟିନା୫-୩ରେ ମ୍ୟାଚ୍ ଜିତି ନିଜର ସେମି ଫାଇନାଲ ଆଶା ବଜାୟୀ ରଖିଛି। ଆଜିର କର ବା ମର ମ୍ୟାଚ୍ରେ ଭାରତୀୟ ଖେଳାଳି ଆରମ୍ଭରୁ ହିଁ ନର୍ଭସ ହୋଇ ଯାଇଥିଲେ। ମ୍ୟାଚ୍ର ୪୦ ସେକେଣ୍ଡ ମଧ୍ୟରେ ଆର୍ଜେଣ୍ଟିନାପରେ ଆର୍ଜେଣ୍ଟିନାିଳିଥିବା ପେନାଲ୍ଟି କର୍ଣ୍ଣର। ଏହାକୁ ଡେଲା ଟୋରେ ଗୋଲରେ ପରିଣତ କରି ସ୍ଥିତି ୨-୦ କରିଥିଲେ। ୦- ୨ରେ ପଛରେ ଥିଲେ ମଧ୍ୟ ଭାରତ କମବ୍ୟାକ ପାଇଁ ଚେଷ୍ଟା କରିଥିଲା। ସୁଖଜିତ ମ୍ୟାଚ୍ର ୧୦ମ ମିନିଟ୍ରେ ଗୋଲ କରି ସ୍ଥିତିକୁ ୧-୨ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନାଘନଘନ ଆକ୍ରମଣ କରିଥିଲା। ଭାରତ କେବଳ ଏହାକୁ ଡିଫେଣ୍ଡ କରିବା ଛଡ଼ା ଆଉ କିଛି କରିପାରି ନଥିଲା। ଦ୍ୱିତୀୟ କ୍ୱାର୍ଟର ଗୋଲ ଶୂନ୍ୟ ରହିବାରୁ ହାଫ ଟାଇମ ସୁଦ୍ଧା ସ୍ଥିତି ୧-୨ରହିଥିଲା। ଭାରତ ପ୍ରଥମ ୩୦ ମିନିଟରେ କୌଣସି ପିସି ହାସଲ ନ କରିବା ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲା। ହାଫ ଟାଇମ ପରେ ରଣନୀତି ବଦଳାଇଥିଲା ଆର୍ଜେଣ୍ଟିନା। ପୂର୍ବାପେକ୍ଷା ଦଳ ଅଧିକ ଆକ୍ରମଣ କରିଥିଲା। ହେଲେ ଭାରତ ପ୍ରଥମେ ଏହାକୁ ରୋକି ଥିଲା। ଦଳକୁ ପିସି ବି ମିଳିଥିଲା। କିନ୍ତୁ ଏହାକୁ ଅଧିନାୟକ ହରମନପ୍ରୀତି ସିଂହ ୪ଥରର ପ୍ରୟାସରେ ବି ଗୋଲରେ ପରିଣତ କରିପାରି ନଥିଲେ। ଏହାପରେ ଆର୍ଜେଣ୍ଟିନାଗୋଲ ବର୍ଷା କରିଥିଲା। ୩୩ତମ ମିନିଟରେ ଡୋମେନେ ଫିଲ୍ଡ ଗୋଲ କରିଥିବା ବେଳେ ଡି ଭିତରେ ଭାରତ ଭୁଲ କରିବାରୁ ଆର୍ଜେଣ୍ଟିନା୪୫ତମ ମିନିଟରେ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ଏହାକୁ ଡୋମେନେ ପୁଣି ଗୋଲରେ ପରିଣତ କରି ସ୍ଥିତି ୪-୧ କରି ଦେଇଥିଲେ। ଭାରତ ୧-୪ରେ ପଛରେ ଥିବା ବେଳେ ୫୩ତମ ମିନିଟରେ ଲୁକାସ ତୋସକାନି ପୁଣି ଗୋଟିଏ ଫିଲ୍ଡ ଗୋଲ କରିଥିଲେ। ଏଥିସହ ଭାରତର ବିଜୟକୁ ସଂପୂର୍ଣ୍ଣ ଭାବେ ଧୂଳିସାତ କରି ଦେଇଥିଲେ। ଭାରତ ୫୮ତମ ମିନିଟରେ ସୁଖଜିତଙ୍କ ଷ୍ଟିକରୁ ଆଉ ଗୋଟିଏ ଗୋଲ ପାଇଥିଲା। ମ୍ୟାଚ୍ର ୫୯ତମ ମିନିଟରେ ହାର୍ଦ୍ଦିକ ସିଂହ ପେନାଲ୍ଟି ଷ୍ଟ୍ରୋକରୁ ତୃତୀୟ ଗୋଲ କରିଥିଲେ। ଶେଷ ମିନିଟରେ ଭାରତକୁ ସ୍ଥିତି ୪-୫ କରିବାର ସୁଯୋଗ ମିଳିଥିଲା। କିନ୍ତୁ ପିସିକୁ ହରମନପ୍ରୀତ ପୁଣି ଗୋଲ କରିବାରେ ବିଫଳ ହୋଇଥିଲେ। ଶେଷରେ ଆର୍ଜେଣ୍ଟିନା୫-୩ରେ ମ୍ୟାଚ୍ ଜିତି ସେମି ଫାଇନାଲ ରେସରେ ନିଜକୁ ବଜାୟୀ ରଖିଛି। ଯଦି ନେଦରଲ୍ୟାଣ୍ତସ ବଡ଼ ବ୍ୟବଧାନରେ ଇଂଲଣ୍ତକୁ ହରାଇ ଦେବ, ତା’ହେଲେ ଆର୍ଜେଣ୍ଟିନାସେମି ଫାନାଲକୁ ଯାଇ ପାରିବ।
