ମାର୍ଶାଘାଇ: ମାର୍ଶାଘାଇ ଥାନା ଅନ୍ତର୍ଗତ ତେରଗାଁ ପଞ୍ଚାୟତ ବେଲାର ନୂଆଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଦୀପକ କୁମାର ସାମଲଙ୍କ ୪ର୍ଥ ଶ୍ରେଣୀ ଛାତ୍ରୀ ୯ ବର୍ଷ ର ସାୟନା ସାମଲ ଟ୍ୟୁସନ ରୁ ଘରକୁ ଫେରୁଥିବା ସମୟରେ ଓଡ଼ି-୨୯-ଏଲ୍-୫୫୨୨ ନମ୍ବର ଟ୍ରାକ୍ଟର ଇଂଜିନ ଦ୍ରୁତଗତିରେ ଆସି ଧକ୍କା ଦେବାରୁ ସାୟନା ର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ବେପରୁଆ ଭାବେ ଗାଡି ଚଳାଉଥିବା ଡ୍ରାଇଭର ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।ଗୁରୁତର ଛାତ୍ରୀ କୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ସାୟନା କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ସାୟାନା ର ଜେଜେ ରମେଶ ଚନ୍ଦ୍ର ସାମଲ ଙ୍କ ଅଭିଯୋଗ କୁ ଭିତ୍ତି କରି ମାର୍ଶାଘାଇ ପୋଲିସ ମୃତଦେହ କୁ ବ୍ୟବଛେଦ ପାଇଁ ପଠାଇବା ସହିତ ଥାନା କେଶ ନଂ ୧୩୫/୨୬ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ପ୍ରବୀଣ କୁମାର କାଣ୍ଡୁଲାନା ଙ୍କ ଠାରୁ ପ୍ରକାଶ ।
