ଚିକିଟ: ବାହୁଦା ନଦୀର କେ. ନୂଆଗାଁ ସେତୁ ତଳ ଇଲାକା ରେ ବାଲି ଚୋରି ରୋକିବା ପାଇଁ ପ୍ରଶାସନ ୧୬୩(୧)ନିଷେଧକ୍ଷଜ୍ଞା ଜାରୀ କରିଛି । କିନ୍ତୁ ବାଲି ଚୋର ତାହା କୁ ଖାତିର ନକରି ସ୍ପଷ୍ଟ ଡିବା ଲୋକ ରେ ଟ୍ରାକ୍ଟର ଲଗାଇ ବାଲି ଚୋରି କରୁଛନ୍ତି । ଆଜି ଅପରାହ୍ନ ରେ ଉକ୍ତ ନିଷେଧକ୍ଷଜ୍ଞା ଇଲାକାରୁ ବାଲି ଚୋରି ଖବର ଶୁଣି ଖଣି ବିଭାଗ କର୍ମଚାରୀ କେ. ନୂଆଗାଁ ପୁଲିସ କୁ ଖବର ଦେଇଥିଲେ ।ପୁଲିସ ନଦୀ କୁ ପହଂଚି ବାଲି ଲୋଡ଼ ଦୁଇଟି ଟ୍ରାକ୍ଟର କୁ ଧରିଛି ।ସ୍ପଷ୍ଟ ଡିବା ଲୋକ ରେ ପୁଲିସ ଥାନା ପଛ ପଟେ ବାଲି ଚୋରି ସମସ୍ତ ଙ୍କୁ ଚକିତ କରିଛି ।ସମସ୍ତ ଙ୍କ ଜାଣତରେ ବାଲି ଚୋରି ହେଉଥିବା ଅନୁମାନ କରାଯାଉଛି । ସବୁ ଜାଣିଶୁଣି ସବୁ ଚୁପ ରହୁଛନ୍ତି । ପ୍ରଶାସନ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି । ନଚେତ ଖୁବ କମ ଦିନ ରେ ଉକ୍ତ ବାହୁଦା ସେତୁ ଧସିଯିବା ସମ୍ଭାବନା ରହିଛି।
