ହିନ୍ଦୋଳ: ହାତୁରା ଛକ ନିକଟରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କର ମୃତଦେହ ଠାବ ହୋଇଛି। ଯୁବକ ଜଣଙ୍କ ମହାଲୁଣ୍ଡା ଟାଙ୍ଗୀଶାଳ ଗ୍ରାମର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ଛକ ନିକଟରେ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କର ମୃତଦେହ ଆଜି ଠାବ ହୋଇଛି। ଯୁବକ ଜଣଙ୍କ ବାଲିମୀ ଥାନା ମହାଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀଶାଳ ଗ୍ରାମର ଗଗନ ବେହେରାଙ୍କ ପୁଅ ନିରଞ୍ଜନ ବେହେରା (୩୪) ବୋଲି ଜଣାପଡ଼ିଛି। ଗତକାଲି ରାତିରେ ସେ ଖାଇକି ଶୋଇଥିଲେ । କିନ୍ତୁ ସକାଳେ ଏକ ଗଛରେ ବେକରେ ଏକ ଗାମୁଛା ଲାଗି ଝୁଲନ୍ତା ଅବସ୍ଥାରେ ରହିଥିବାର ଦେଖିବାକୁ ମିଳିଥିଲା। ହାତୁରା ଛକରେ ଥିବା ଓଡି ୦୬ ନାମକ ଏକ ଢାବାରେ ସେ ମିସ୍ତ୍ରୀ ଭାବେ କାମ କରନ୍ତି। ଏ ସଂପର୍କରେ ଖବରପାଇ ଘଟଣାସ୍ଥଳରେ ହିନ୍ଦୋଳ ଥାନା ପୁଲିସ୍ ଓ ବାଲିମୀ ପୁଲିସ୍ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ମେଡିକାଲ୍ ପଠାଇଥିଲେ। ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ସ୍ତ୍ରୀ ଲୁସିତା ବେହେରା ହିନ୍ଦୋଳ ଥାନାରେ ଅଭିଯୋଗ କରିଥିବା ହିନ୍ଦୋଳ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ୨୪୨/୨୦୨୬ ରେ ହିନ୍ଦୋଳ ପୁଲିସ୍ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।
