ପୁରୀ: ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ଘଟିଥିବା ସମୀର ବାରିକ ଓରଫ ତପୁ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ଓ ମୁଖ୍ଯ ଅଭିଯୁକ୍ତ କୁ ଗିରଫ କରିଛି ପୁରୀ ପୋଲିସ । ଏ ସମ୍ପର୍କରେ ରବିବାର ଅପରାହ୍ନରେ ଅନୁଷ୍ଠିତ ପୁରୀ ପୋଲିସ ମୁଖ୍ଯ କାର୍ଯ୍ଯାଳୟ ସଭାଗୃହରେ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତୀକ ସିଂଙ୍କ କହିଛନ୍ତି ଘଟଣାର ମୁଖ୍ଯ ଅଭିଯୁକ୍ତ ଗୋବିନ୍ଦ ପାଇକରାୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏ ସମ୍ପର୍କରେ ସମୁଦ୍ରକୂଳ ଥାନାରେ ୯୭/୨୬ରେ ମାମଲା ରୁଜୁ ହୋଇଥିଲା । ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ଷ୍ଟେସନ ପାଖରେ ତପୁ ଓ ଗୋବିନ୍ଦ ସହ ଅନ୍ଯ ଦୁଇଜଣ ସାଙ୍ଗ ମଦ୍ୟପାନ କରିଥିଲେ । ମଦ ସରି ଯିବାରୁ ତପୁ କହିଥିଲା ଗୋବିନ୍ଦକୁ ମଦ ଆଣିବା ପାଇଁ କିନ୍ତୁ ମଦ ଗୋବିନ୍ଦ ନଆଣିବାରୁ ଉଭୟଙ୍କ ମଧ୍ଯରେ ବଚସା ହୋଇଥିଲା । ପରେ ଗୋବିନ୍ଦ ଘରୁ ଏକ ଚାପଡ ଆଣି ତପୁ ଓ ବବୁଲକୁ ଚାପଡରେ ଆକ୍ରମଣ କରିଥିଲା । ତପୁ ତଳେ ମୁହଁ ମାଡି ପଡିଯିବାରୁ ଗୋବିନ୍ଦ ଇଟାରେ ମୁଣ୍ଡକୁ ଛେଚି ଫେରାର ହୋଇଯାଇଥିଲା । ବବୁଲୁ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ସମୁଦ୍ରକୂଳ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଯାଇ ଘଟଣା ସ୍ଥଳରୁ ରକ୍ତ ଲଗା ଚାପଡ ଓ ଇଟା ,ଖଣ୍ଡାର ବେଣ୍ଟ, ରକ୍ତ ଲଗା କଳାରଙ୍ଗ ସାର୍ଟ, ରକ୍ତ ଲଗା ଚପଲ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି । ପୋଲିସ ଅଭିଯୁକ୍ତକୁ ନେଇ ଘଟଣା ସ୍ଥଳରେ ରିକ୍ରିଏସନ କରିଥିଲା ।
