ପାରାଦୀପ: ପାରାଦୀପ କ୍ରିକେଟ ଲିଗ (ପିସିଏଲ୍) ଶନିବାର ଦିନ ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ଏହି କ୍ରିକେଟ ପ୍ରତିଯୋଗିତା ପାରାଦୀପ କ୍ରିକେଟ ଲିଗ୍ (ପିସିଏଲ୍)-୪ ର ଉଦ୍ଘାଟନୀ ମ୍ୟାଚରେ ଡିକେଟି ଷ୍ଟାର୍ସ ଓ ଶ୍ରୀରାମ ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିଣି ଶ୍ରୀରାମ ସ୍ପୋର୍ଟିଂ ବୋଲିଂ ନିଷ୍ପତ୍ତି ନେଇଥିଲା। ଡିକେଟି ଷ୍ଟାର୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୧୧୩ ରନ୍ ସଂଗ୍ରହ କରିଥିଲା। ଉକ୍ତ ଦଳର ପ୍ରଖୁଖ ବ୍ୟାଟସମ୍ୟାନ ଶାଶ୍ୱତ ମହାନ୍ତି ଦୃତ ଓ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲେ। ସେ ଉଭୟ ବ୍ୟାଟିଂ ଓ ବୋଲିଂ ରେ କମାଲ କରିଥିଲେ। ବ୍ୟାଟିଂ କରି ୩୫ ରନ କରିବା ସହ ୪ ଓଭର ବୋଲିଂ କରି ୨୧ ରନ ଦେବା ସହ ୩ ଟି ୱିକେଟ ନେଇଥିଲେ। ଏହାର ଜବାବରେ ଶ୍ରୀରାମ ସ୍ପୋର୍ଟିଂ ଦଳ ବିଜୟ ଲକ୍ଷ୍ୟକୁ ପିଛା କରି ୧୯.୦୧ ଓଭର ରେ ୧୧୯ ରନ କରି ବିଜୟୀ ହୋଇଥିଲା। ଶ୍ରୀରାମ ସ୍ପୋର୍ଟିଂ ର ଅଧିନାୟକ ଅମିତ ସାହୁ ୩୨ ବଲରେ ୩୫ ରନ କରିଥିଲେ। ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ଆଲୋକ କୁମାର ବାରିକ ଉଭୟ ବୋଲିଂ ଓ ବ୍ୟାଟିଂ ରେ ଉତ୍ତମ ପ୍ରଦର୍ଶନ କରିଥିଲେ। ସେ ୧୭ ବଲ ଖେଳି ୧୨ ରନ କରିବା ସହ ୪ ଓଭର ବୋଲିଂ କରି ୨୪ ରନ ବ୍ୟୟ କରିବା ସହ ୩ ୱିକେଟ ନେଇଥିଲେ। ଉକ୍ତ ମ୍ୟାଚ କୁ ପରିଚାଳନା କରିଥିଲେ ରବିନ୍ଦ୍ର ରାଉତ ଓ ଦେବେନ୍ଦ୍ର ନାୟକ।ପିସିଏଲ ୨୦୨୬ ଚତୁର୍ଥ ସଂସ୍କରଣଉଦଘାଟନୀ ଦିବସ ସ୍ଥାନୀୟ ଏନଏସି ଗ୍ରାଉଣ୍ଡ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାରାଦୀପ ବନ୍ଦର ପ୍ରାଧିକରଣ ସିଏମଇ ସୁଶିଲ ଚନ୍ଦ୍ର ନାହାକ ଓ ମେରାଇନ ପରାମର୍ଶଦାତା ବଲ୍ଲଭ ସିକଦର, ପ୍ରସିଦ୍ଧ ଗଲ୍ଫ ଖେଳାଳି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉକ୍ତ କ୍ରିକେଟ ମହାସମରରେ ଶ୍ରୀରାମ ସ୍ପୋର୍ଟିଂ,ଡିକେଟି ଷ୍ଟାର,ବାବା ସାଇ ଡାଇମଣ୍ଡିଆନସ,ଯେସିସି ୱାରିୟର୍ସ, ମହାକାଳ ୱାରିୟର୍ସ, ପାରାଦୀପ ସୁପର କିଙ୍ଗସ,ଜିଡିସି ବ୍ଲାଷ୍ଟର୍ସ ଓ ଜିପିସିଆଇ ହିରୋସ ଭାଗ ନେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପାରାଦୀପ କ୍ରିକେଟ ଲିଗ୍ ସଭାପତି ଅକ୍ଷୟ ସୂତାର,କାର୍ଯ୍ୟକାରି ସଭାପତି ଧର୍ମେନ୍ଦ୍ର ପତି,ସମ୍ପାଦକ ଜୁନିତ କୁମାର ଦାସଙ୍କ ସମେତ ଅଧିର ସାହୁ,ଭରଦ୍ୱାଜ ସାହୁ,ଉତ୍କଳ ରାଉତ,ତୁଷାର ପ୍ରଧାନ,ଶୁଭ ରଞ୍ଜନ ପ୍ରଧାନ,ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ପ୍ରାରମ୍ଭରେ ମେରାଇନ ରୋଡ ହନୁମାନ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ପଡିଆ ପର୍ୟ୍ୟନ୍ତ ଆସିଥିଲା। ଚଳିତ ମାସ ୧୬ ତାରିଖ ରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।
