ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ରବିବାର ବିଧାନସଭା ନିର୍ବାଚନ ପୂର୍ବରୁ ଡିଏମକେ ପାଇଁ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛନ୍ତି। ପ୍ରମୁଖ ଘୋଷଣାଗୁଡ଼ିକ ମଧ୍ୟରେ ଷ୍ଟାଲିନ୍ କହିଛନ୍ତି ଯେ ସରକାର ପ୍ରଚଳିତ ଜଳଖିଆ ଯୋଜନା – ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ – ୮ମ ଶ୍ରେଣୀ ପର୍ଯ୍ୟନ୍ତ ସଂପ୍ରସାରଣ କରିବେ। ଏହି ପଦକ୍ଷେପ ପିଲାମାନଙ୍କ ମଧ୍ୟରେ ପୁଷ୍ଟିସାର ଏବଂ ସ୍କୁଲ ଉପସ୍ଥାନକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ମହିଳା କଲ୍ୟାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବରେ ଡିଏମକେ ମାସିକ ଆର୍ôଥକ ସହାୟତାକୁ ୧୦୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛି। କୃଷି ଉତ୍ପାଦକତା ଏବଂ ଗ୍ରାମୀଣ ସହାୟତାକୁ ଲକ୍ଷ୍ୟ କରି ଚାଷୀମାନଙ୍କୁ ମାଗଣା ପମ୍ପସେଟ୍ ପ୍ରଦାନ କରିବାର ପ୍ରସ୍ତାବ ମଧ୍ୟ ଘୋଷଣାପତ୍ରରେ ରହିଛି। ସେହିପରି ଶିକ୍ଷା ଏବଂ ଯୁବ-କେନ୍ଦ୍ରିକ ପଦକ୍ଷେପଗୁଡ଼ିକୁ ପ୍ରମୁଖ ଭାବରେ ଦର୍ଶାଯାଇଛି। ଷ୍ଟାଲିନ୍ ଘୋଷଣା କରିଛନ୍ତି ଯେ ଉଚ୍ଚଶିକ୍ଷା ନେଉଥିବା ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ଯୋଗାଇ ଦିଆଯିବ, ଯେତେବେଳେ “ପୁଧୁମାଇ ପେନ୍’ ଏବଂ “ତାମିଲ୍ ପୁଢଲବନ’ ଯୋଜନାରେ ପ୍ରତି ଛାତ୍ର ପାଇଁ ୧,୫୦୦ ଟଙ୍କା ଆର୍ôଥକ ସହାୟତା ବୃଦ୍ଧି କରାଯିବ। ସାମାଜିକ ସୁରକ୍ଷା ପାଇଁ, ଦଳ ବାର୍ଦ୍ଧକ୍ୟ ପେନସନକୁ ୨,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସହାୟତାକୁ ୨,୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଡିଏମକେ ଏହା ମଧ୍ୟ କହିଛି ଯେ ଦାରିଦ୍ର୍ୟ ରେଖା ତଳେ ରହିଥିବା ପରିବାରଗୁଡ଼ିକୁ ଚିହ୍ନଟ କରାଯିବ ଏବଂ ସେମାନଙ୍କୁ ଗୃହ ଏବଂ ଋଣ ସହାୟତା ଯୋଗାଇ ଦିଆଯିବ। ଦଳର ପ୍ରଚାର ବାର୍ତ୍ତାକୁ ଦୃଢ଼ କରି, ଷ୍ଟାଲିନ୍ କହିଛନ୍ତି ଯେ ଡିଏମକେ କେବଳ ପ୍ରତିଶ୍ରୁତି ଦିଏ ନାହିଁ ବରଂ ସେଗୁଡ଼ିକୁ ପୂରଣ କରେ,” ଆଗାମୀ ବିଧାନସଭା ନିର୍ବାଚନରେ କ୍ଷମତା ବଜାୟ ରଖିବାରେ ବିଶ୍ୱାସ ପ୍ରକାଶ କରିଛି।
