filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;HdrStatus: auto;albedo: ;confidence: ;motionLevel: -1;weatherinfo: null;temperature: 54;
ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ରେ ଅଟଳ ବିହାରୀ କଲେଜ ପଡ଼ିଆ ରେ ଆୟୋଜିତ ହୋଇ ଯାଇଛି ଉତ୍କଳିକା କ୍ଲବ୍ ପକ୍ଷରୁ ସମୀର ମେମୋରିଆଲ କ୍ରିକେଟ ମ୍ୟାଚ୍ । ଏହି ଖେଳ କୁ ପ୍ରଥମ ଦିନ ରେ ପ୍ରଥମ ଖେଳ କୁ ଶୁଭ ଉଦ୍ ଘାଟନ କରିଥିଲେ ବିଧାୟକ ଅଶୋକ କୁମାର ଦାସ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା। ପ୍ରଥମ ମ୍ୟାଚ ଟି ଉତ୍କଳିକା ସ୍ପୋର୍ଟି ଓ ସମ୍ରାଟ୍ ବାଲେଶ୍ୱର ମଧ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି। ସେହିପରି ଦ୍ୱିତୀୟ ଖେଳ ରେ ସମାଜସେବୀ ଭାଗିରଥି ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଖେଳ କୁ ଆମ୍ପାୟର ଭାବେ ସାର୍ଥକ ବିଶ୍ୱାଳ, ରଞ୍ଜନ ମହାନ୍ତି ପରିଚାଳନା କରୁଛନ୍ତି। କ୍ଲବ୍ ର ସଭାପତି ମୁକ୍ତିକାନ୍ତ ଦାସ ଓ ସଂମ୍ପାଦକ ରଞ୍ଜନ ମହାପାତ୍ର ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ ସହ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରୁଛନ୍ତି। ଆଗାମୀ ଏପ୍ରିଲ ଏକ ତାରିଖରେ ଏହାର ଉଦ୍ ଯାପନ ମ୍ୟାଚ୍ ଅନୁଷ୍ଠିତ ହେବ।
