ଭଂଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଡିହପଢାଳ ନିକଟସ୍ଥ ବଡ଼ନଦୀରେ ଗାଧୋଉଥିବା ସମୟରେ ଜଣେ କଲେଜ ଛାତ୍ରଙ୍କୁ ଆକ୍ରମଣ ହୋଇଛି । ରବିବାର ପୂର୍ବାହ୍ନରେ ଏଭଳି ମରଣାତ୍ମକ ଆକ୍ରମଣ ହୋଇଥିଲା । ଆହତ ଛାତ୍ର ଜଣକ ହେଲେ ନୂଆଗାଁର ଅଶୋକ ନାଇକ । ପୋଲିସ ଏହି ମାମଲାରେ ଆକ୍ରମଣକାରୀ ମନା ବରାଳକୁ ଗିରଫ କରି କେଟଚାଲାଣ କରାଯାଇଥିଲା ଥାନା ଅଧିକାରୀ ଜୀବନ ନଦ୍ଧ ଜେନା କହିଛନ୍ତି । ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୋଲିସ ପ୍ରକାଶ କରିଛି । ଘଟଣା ପ୍ରକାରେ, ଅଶୋକ ବଡନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଡିହପଢ଼ାଳ ଗ୍ରାମର ଜଣେ ଯୁବକ ଆସି, ହଠାତ୍? କିଛି ଯୁକ୍ତିତର୍କ କରିବା ପରେ ଅଶୋକଙ୍କ ବାମ ହାତକୁ ଖଣ୍ଡାରେ ହାଣି ଦେଇଥିଲା । ଗୁରୁତର ଅବସ୍ଥାରେ ଅଶୋକକୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ, ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଏହି ଘଟଣାକୁ ଭଞ୍ଜନଗର ଥାନା କେସ ନଂ ୨୭୨ /୨୬ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ଶ୍ରୀ ଜେନା ସୁଚନା ଦେଇଛନ୍ତି
