ବାରିପଦା ; ଗୋରୁମହିଷାଣୀ ରେ ଜାଗରଣ ମଞ୍ଚ ସଭାପତି ସୁବ୍ରତ ମହାନ୍ତି ଏବଂ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ ମେନେଜର ବିକାଶ ରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ପିଏନ ବୋଷ ଖେଳପଡିଆରେ ୮୦ ତମ ସ୍ୱାଧୀନତା ଦି୍ୱସ ପାଳିତ ହୋଇଯାଇଛି ।ଏଥି ରେ ମୁଖ୍ୟ ଅତିଥି ଭାବେ ଶାସ୍ତ୍ରଜ୍ଞ ସାୱାନାର ଶାସ୍ତ୍ରୀ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ , ଲୋକସଭା ସାଂସଦ ପ୍ରତିନିଧି ଅଶୋକ ମହାନ୍ତ,, ଗୋରୁମହିଷାଣି ସିଟି ସ୍କୁଲ୍ ଅଧ୍ୟକ୍ଷା ସରସ୍ୱତୀ ସୋରେନ, ଆଇରନ କଲେଜର କାର୍ଯ୍ୟରତ ଅଧ୍ୟକ୍ଷ ଡ଼ଃ ଦିଗମ୍ବର ଗିରି,, କୁଲେଇଶିଳା ପ୍ରାକ୍ତନ ସରପଞ୍ଚ ରାମଚନ୍ଦ୍ର ନାୟକ, ସାମ୍ବାଦିକ ତୁଷାର କାନ୍ତ ମହାନ୍ତ, ସାମ୍ବାଦିକ ରାମକୃଷ୍ଣ ଦେ, ସମାଜସେବୀ ବିମଳ ସାହୁ, କୁଶ ମୁଦୁଲି ପ୍ରମୁଖ ଯୋଗଦେଇ ପତାକା ଉତୋଳନ କରିଥିଲେ ।

ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀ ମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ ।ପରେ ଆନ୍ତଃ ବିଦ୍ୟାଳୟ ଛାତ୍ର ଫୁଟବଲ ମ୍ୟାଚ ରେ ଗୋରୁମହିଷାଣୀ ଡିଗ୍ରୀ କଲେଜ ଚମ୍ପିୟାନ ହୋଇଥିବାବେଳେ ସିଟି ସ୍କୁଲ୍ ରନର୍ସ ଅପ୍ ହୋଇଥିଲା । ଅନୁଷ୍ଠାନ ତରଫରୁ ଚଳିତବର୍ଷ ନିଟ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ମେଧାବୀ ଛାତ୍ର ଶିବବ୍ରତ ଗିରି ଏବଂ ସୁମିତ କୁମାର ହେମ୍ବ୍ରମ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
