ବାଲିଗୁଡା: ରାମ ନବମୀ ଉପଲକ୍ଷେ ଅଷ୍ଟ ପ୍ରହରୀ ନାମ ଯଂଜ୍ଞ ରେ ଯୋଗ ଦେବାକୁ ଅଟୋ ରେ ଯାଉଥିବା ବେଳେ ଅଘଟଣ। ଅଟୋ ସାମ୍ନାକୁ ହଟାତ ଚାଲି ଆସିଥିବା ବାଇକ ଚାଳକ କୁ ବଂଚେଇବାକୁ ଯାଇ ବ୍ରେକ ମାରିବାରୁ ଓଲଟିଲା ଯାତ୍ରୀବାହୀ ଅଟୋ। ବାଲିଗୁଡା ଥାନା ଏସଏଚ ୪୧ ନମ୍ବର ରାଜ୍ୟ ରାଜପଥ ର ଦିଗିପଡି ନିକଟରେ ଘଟିଛି ଦୁର୍ଘଟଣା।ଦୁର୍ଘଟଣା ରେ ଅଟୋ ରେ ବସିଥିବା ଚାରି ଜଣ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଏଥିସହ ଦୁର୍ଘଟଣା ରେ ବାଇକ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଙ୍କୁ ବାଲିଗୁଡା ପୋଲିସ ଉଦ୍ଧାର କରି ବାଲିଗୁଡା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଇଛନ୍ତି । ତେବେ ସୂଚନା ଅନୁଯାୟୀ ଟିକରବାଜୁ ଗାଁ ରୁ ବାଲିଗୁଡା କୁ ଅଷ୍ଟ ପ୍ରହରୀ ନାମଯଂଜ୍ଞ ରେ ଯୋଗ ଦେବାକୁ କିଛି ମହିଳା ଓ ପୁରୁଷ ଆସୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତି ରେ ବାଇକ ଚାଳକ ଆସି ଅଟୋ ରେ ପିଟିଥିଲା। ତେବେ ଅଟୋ ଡ୍ରାଇଭର ହଟାତ ବ୍ରେକ ମାରି ଦେବାରୁ ଅଟୋ ଟି ଓଲଟି ଦୁର୍ଘଟଣା ର ଶୀକାର ହୋଇଥିଲା । ବାଲିଗୁଡା ପୋଲିସ ଦୁର୍ଘଟଣା ଗସ୍ତ ବାଇକ ଓ ଅଟୋ କୁ ଜବତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି।
