ନୂଆଦିଲ୍ଲୀ: ଆଇପିଏଲ୍ର ଲୋକପ୍ରିୟ ଫ୍ରାଞ୍ଚାଇଜ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିକ୍ରି ହୋଇଛି । ଆଦିତ୍ୟ ବିର୍ଲା ଗ୍ରୁପ ଓ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପଙ୍କ ନେତୃତ୍ୱାଧିନ ୪ଜଣିଆ କନ୍େସାର୍ଟିୟମ୍ ୧୬,୭୦୬ କୋଟି ଟଙ୍କା ମୂଲ୍ୟରେ ଆରସିବି ଫ୍ରାଞ୍ଚାଇଜ କିଣିଛନ୍ତି । ଆରସିବିକୁ କିଣିଥିବା କନସୋର୍ଟିୟମ୍ ଆଦିତ୍ୟ ବିର୍ଲା ଗ୍ରୁପ୍ (ଏବିଜି) ଓ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ ବ୍ୟତୀତ ଅନ୍ୟ ୨ଟି କମ୍ପାନୀ ଭାବେ ବୋଲ୍ଡ ଭେଞ୍ଚର୍ସ, ବ୍ଲାକ୍ଷେ୍ଟାନ ପର୍ପେଚୁଆଲ ରହିଛନ୍ତି । ୪ଟି କମ୍ପାନୀ ଆରସିବିକୁ କିଣିଲେ- ବର୍ତ୍ତମାନ ଆରସିବି ଆଇପିଏଲ୍ର ସବୁଠୁ ଦାମୀ ଫ୍ରାଞ୍ଚାଇଜ ହୋଇ ଯାଇଛି । ୨୦୦୮ ମସିହାରେ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ (ୟୁଏସଏଲ୍) ୪୫୦ କୋଟି ଟଙ୍କାରେ ଆରସିବି ଫ୍ରାଞ୍ଚାଇଜ କିଣିଥିଲା । ପ୍ରସିଦ୍ଧ ଆମେରିକୀୟ ନିବେଶ ଫାର୍ମ ବ୍ଲାକଷ୍ଟୋନର ରଣନୈତିକ ଇକ୍ୱିଟି ୱିଙ୍ଗ, ବିଏକ୍ସପିଇ ଏବଂ ଆମେରିକୀୟ ଶିଳ୍ପପତି ଡେଭିଡ୍ ବ୍ଲିଜର୍ସଙ୍କ କମ୍ପାନୀ ବୋଲ୍ଟ ଭେଞ୍ଚର୍ସକୁ ନେଇ ଗଠିତ ଏକ କନସୋର୍ଟିୟମ୍ ଆରସିବିରେ ୧୦୦% ଅଂଶଧନ ଅଧିଗ୍ରହଣ କରିଛି । ଏବିଜି ଗ୍ରୁପ୍ର କନସୋର୍ଟିୟମ ଏହି ଅର୍ଥରେ ଉଭୟ ମହିଳା ଓ ପୁରୁଷ ଦଳର ମାଲିକାନା ହାସଲ କରିଛି । ନୂଆ ମାଲିକାନା ସଂରଚନାରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ନିର୍ଦ୍ଦେଶକ ରହିଥିବା ଆର୍ୟମନ ବିର୍ଲା ଆରସିବି ଦଳର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରହିବେ । ସେହିପରି ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ର ମୁଖ୍ୟ ସତ୍ୟନ ଗଜୱାନୀ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଏହି କନସୋର୍ଟିୟମକୁ ଆରସିବି ଏହାର ବର୍ତ୍ତମାନର ମାଲିକ, ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ ଠାରୁ ଅଧିଗ୍ରହଣ କରିଛି, ଯାହା ଏକ ଡିଆଜିଓ ଗ୍ରୁପ୍ କମ୍ପାନୀ ଯାହା ଆରମ୍ଭରୁ ଫ୍ରାଞ୍ଚାଇଜ୍ ମାଲିକାନା ରଖିଛି । ୨୦୦୮ ମସିହାରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ, ଯେତେବେଳେ ବିସିସିଆଇ ୮ଟି ଫ୍ରାଞ୍ଚାଇଜ୍ ବିକ୍ରି କରିଥିଲା । ବିଜୟ ମାଲ୍ୟା ବେଙ୍ଗାଲୁରୁକୁ ପ୍ରାୟ ୪୫୫ କୋଟିରେ କିଣିଥିଲେ । ୨୦୦୮ ଓପନିଂ ସିଜିନର ଚାମ୍ପିଆନ୍ ଟିମ୍ ରାଜସ୍ଥାନ ରୟାଲ୍ସଙ୍କୁ କିଣିଲେ ଆମେରିକୀୟ ବିଜନେସମ୍ୟାନ୍ କାଲ୍ ସୋମାନି । ଏହି ଡିଲ୍ ୧.୬୩ ବିଲିୟନ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ୧୫୦୦୦ କୋଟି ଟଙ୍କାରୁ ଅଧିକରେ ହୋଇଛି, ଯାହାକି କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କରିଛି ।
