ନୂଆଦିଲ୍ଲୀ : ଆଇସିସି ପକ୍ଷରୁ ପ୍ରକାଶ ପାଇଲା ଟି-୨୦ ରାଙ୍କିଂ । ସଦ୍ୟତମ ପ୍ରକାଶ ପାଇଥିବା ଏହି ରାଙ୍କିରେ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣଆଫ୍ରିକା ଖେଳାଳିମାନେ କମାଲ କରିଛନ୍ତି । ଟି-୨୦ ବିଶ୍ୱକପ ପରଠାରୁ ଭାରତୀୟ ଦଳ କୌଣସି ମ୍ୟାଚ ଖେଳିନାହିଁ । ତଥାପି ଟପ୍-୧୦ ଭିତରେ ୪ ଜଣ ଭାରତୀୟ ଖେଳାଳି ରହିଛନ୍ତି । ସୂର୍ଯ୍ୟକୁମାର ଯାଦବ ଏକ ଲମ୍ବା ଲମ୍ଫ ମାରିଥିବାବେଳେ ସେ ଟପ୍-୧୦ ମଧ୍ୟରେ ପ୍ରବେଶ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ସପ୍ତମ ସ୍ଥାନରେ ରହିଛନ୍ତି । ଏବେ ଭାରୀୟ ଖଳାଳିମାନେ ସିଧାସଳଖ ଭାବେ ଆଇପିଏଲ ଖେଳିବେ । ସେପଟେ ଏହି ରାଙ୍କିଂରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଭାରତୀୟ ଓପନର ଅଭିଶେକ ଶର୍ମା । ଦ୍ୱିତୀୟ ସ୍ଥାନରେ ଇଶାନ କିଷନ ନିଜର ସ୍ଥାନ ବଜାୟ ରଖିଥିବାବେଳେ ତିଲକ ବର୍ମା ଷଷ୍ଠ ସ୍ଥାନରେ ଏବଂ ସୂର୍ଯ୍ୟକୁମାର ଯାଦବ ସପ୍ତମ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡର ଓପନର ବ୍ୟାଟ୍ସମ୍ୟାନ ରବିନ୍ସ ଦୁଇଟି ସ୍ଥାନ ଉପରକୁଉଠିଥିବାବେଳେ ୩୪ ନମ୍ବର ସ୍ଥାନରେ ରହିଛନ୍ତି । ଲକି ଫର୍ଗୁସନ ବୋଲିଂରେ ୧୨ ଜଣକୁ ପଛରେ ପକାଇ ୩୯ ନମ୍ବର ସ୍ଥାନରେ ରହିଛନ୍ତି । ଶେଷଥର ପାଇଁ ଖେଳିଥିବା ଟି-୨୦ ମ୍ୟାଚରେ ୯ ରନ୍ ଦେଇ ୪ ୱିକେଟ୍ ଆକ୍ତିଆର କରିଥିବାବେଳେ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ସେପଟେ ନମ୍ବର ୱାନ ବୋଲର ରହିଛନ୍ତି ଆଫଗାନିସ୍ତାନର ଷ୍ଟାର ବୋଲର ରସିଦ ଖାନ । ଅଲରାଉଣ୍ଡର ତାଲିକାରେ ଶୀର୍ଷରେ ରହିଛନ୍ତି ଜିମ୍ବାୱେର ଅଧିନାୟକ ସିକନ୍ଦର ରଜ୍ଜା । ଅଲାରାଉଣ୍ଡର ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ତୃତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନୀ ଖେଳାଳି ସାମ୍ ଆୟୁବୁ । ବୋଲରଙ୍କ ତାଲିକାରେ କିୱି ବୋଲର ବେନ୍ ସିୟର୍ସ ୨୦ଟି ସ୍ଥାନ ଉପରକୁ ଉଠିଛନ୍ତି । ଏବେ ସେ ୫୯ ନ୍ୱର ସ୍ଥାନରେ ରହିଥିବାବେଳେ କେଶବ ମହାରାଜ ୫ଟି ସ୍ଥାନ ଉପରକୁ ଉଠି ୪୭ ନମ୍ବର ସ୍ଥାନରେ ରହିଛନ୍ତି ।
