ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍କମିଟି ବୈଠକରେ ଓସ୍ୱାସ୍ ୩.୦ ବିକାଶ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହାକୁ ବିକାଶ କରିବା ପାଇଁ ଟିସିଏସ୍କୁ ୧୨୨.୬୦ କୋଟି ଟଙ୍କାର ବରାଦ ଦିଆଯାଇଛି। କମ୍ପାନି ଏହାର କାର୍ଯ୍ୟାନ୍ୱୟନ ସହ ୫ ବର୍ଷର ସହାୟତା ମଧ୍ୟ ପ୍ରଦାନ କରିବ। ରାଜ୍ୟର ସମସ୍ତ ପ୍ରମୁଖ କାର୍ଯ୍ୟାଳୟକୁ କାଗଜବିହୀନ କରିବା ପାଇଁ ୨୦୨୫-୨୬ରେ ଓସ୍ୱାସ୍ ୨.୦ କାର୍ଯ୍ୟକାରୀ କରାଯାଇଥିଲା। ବିଗତ ବର୍ଷରେ କାର୍ଯ୍ୟାଳୟ ସଂଖ୍ୟା ୬୩୮ ପ୍ରତିଶତ ଓ ବ୍ୟବହାରକାରୀଙ୍କ ସଂଖ୍ୟା ୨୪୭ ପ୍ରତିଶତ ବୃଦ୍ଧି ପାଇଛି। ଏଥିପାଇଁ ଟିସିଏସ୍କୁ ବୈଷୟକିକ ସହାୟତା ପାଇଁ ନିଯୁକ୍ତ କରାଯାଇଥିଲା। ଟିସିଏସ୍ ସହ ଚୁକ୍ତି ଅବଧି ଶେଷ ହେବା ପରେ ଏହି ପ୍ରକଳ୍ପର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଧୁନିକ ମାଇକ୍ରୋସର୍ଭିସ୍ ଭିତ୍ତିକ ଢାଞ୍ଚା ଓ ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷମତା ସମ୍ପନ୍ନ ଓସ୍ୱାସ୍ ପ୍ଲାଟଫର୍ମ ବିକାଶ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଇ-ନିଭିଡା ପୋର୍ଟାଲରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଟିସିଏସ୍ ଏକମାତ୍ର ବିଡ୍ ଦାଖଲ କରିଥିଲା। ବୁଧବାର ରାଜ୍ୟରାଜ୍ୟରେ ବନ୍ୟା କ୍ଷୟକ୍ଷତି ଆକଳନ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା। ମନ୍ତ୍ରୀ କହିଛନ୍ତି ଯେ, କିଛି ଜିଲ୍ଲାରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲାଣି। କୃଷି ବିଭାଗର ସାହାଯ୍ୟ ନେଇ କ୍ୟାବିନେଟରେ କ୍ଷୟକ୍ଷତି ଆଲୋଚନା ହେବ। ଚାଷୀଙ୍କୁ ସ୍ୱଳ୍ପ ମିଆଦି ଧାନ ବିହନ ଯୋଗାଇ ଦିଆଯିବ। ସେହିପରି ପନିପରିବା ଚାଷୀଙ୍କ ପାଇଁ ମଧ୍ୟ ଅଧିକ ସାହାଯ୍ୟ ଦିଆଯିବ। କୃଷି, ସମବାୟ, ପଶୁସମ୍ପଦ ବିଭାଗ ଦ୍ୱାରା ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ। ସେଥିପାଇଁ ଡାଟା ବେସ୍ ପ୍ରସ୍ତୁତ କରାଯାଉଛି। ଯାହାର ଯାହା କ୍ଷତି ହୋଇଛି ସେଥିପାଇଁ ନିୟମାବଳୀ ହିସାବରେ କ୍ଷତିପୂରଣ ଦିଆଯିବ। କେହି ଯଦି ବଞ୍ଚିତ ହେଉଥାଆନ୍ତୁ ତେବେ ନିକଟସ୍ଥ ପଞ୍ଚାୟତ ଅଫିସ୍ କିମ୍ବାିକଟସ୍ଥ ବ୍ଲକ୍ ଅଫିସକୁ ଯାଇ ଜଣାଇପାରିବେ। କୌଣସି କେନ୍ଦ୍ରୀୟ ଟିମ୍ ଆସିବାର ଯୋଜନା ନାହିଁ। ଆବଶ୍ୟକ ହେଲେ କେନ୍ଦ୍ରକୁ ଅଧିକ ସହାୟତା ମାଗିବୁ। ଏବେ ସେକଥା ଚିନ୍ତା କରାଯାଇନି। କ୍ଷୟକ୍ଷତିର ଆକଳନ ପରେ ଜଣାପଡ଼ିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୂଚନା ଦେିଛନ୍ତି।୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୬ ବିଭାଗର ୧୦ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏ ନେଇ ସୂଚନା ଦେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ୨ଟି, ଶକ୍ତି ବିଭାଗର ୨ଟି, ଜଳ ସଂପଦ ବିଭାଗର ୨ଟି, ମହିଳା ଓ ଶିଶୁ ବିକାଶ ବିଭାଗର ୨ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ଏଗ୍ରିଷ୍ଟାକ) ସମ୍ପର୍କିତ ୧ଟି ଏବଂ ସାଧାରଣପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଗୋଟିଏ ପ୍ରସ୍ତାବ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ସେମିକଣ୍ଟ ଓ କେନ୍ଦ୍ର ସରକାରଙ୍କ ସହାୟତା ସହ ସମନ୍ୱିତ ହୋଇ ଏହି ପ୍ରୋତ୍ସାହନ ଦିଆଯିବ। ସେମିକଣ୍ଡକ୍ଟର ଉପକରଣ, ଇନପୁଟ୍ ଯୋଗାଣ ଶୃଙ୍ଖଳ ଓ କଞ୍ଚାମାଲ କ୍ଷେତ୍ରର ବୃହତ୍ ପ୍ରକଳ୍ପକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ପ୍ରଦାନ କରିବାକୁ ନୀତିରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ଏହି ନୀତି ଅଧୀନରେ ରାଜ୍ୟକୁ ପାଞ୍ଚଟି ପ୍ରସ୍ତାବ ଆସିଛି ଓ ଦୁଇଟି ପ୍ରକଳ୍ପକୁ ଜାତୀୟ ସେମିକଣ୍ଡକ୍ଟର ମିସନ ଅଧୀନରେ ସହାୟତା ମିଳିଛି। ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ (ପିଏସପି)ର ବିକାଶକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗ ପକ୍ଷରୁ ଓଡିଶା ପମ୍ପଡ୍ ଷ୍ଟୋରେଜ ପ୍ରୋଜେକ୍ଟ ( ପିଏସପି) ନୀତି ଏବଂ ପରିଚାଳନା ନିର୍ଦେଶାବଳୀରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ୨୦୩୦ ମସିହା ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ । ଜଳାଶୟ ଓ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ପାଇଁ ୩୮୯ କୋଟି ମଞ୍ଜୁର ହୋଇଛି । ଅନ୍ୟପଟେ ଅସହାୟ ଶିଶୁଙ୍କ ପାଇଁ ‘ଯଶୋଦା’ ଓ ‘ଆଶୀର୍ବାଦ’ ଯୋଜନା ଜାରି ରହିବ । ଏହି ୨ ଯୋଜନା ପାଇଁ କ୍ୟାବିନେଟରେ ୨୯୬.୯୯ କୋଟି ଅନୁମୋଦିତ ହୋଇଛି । ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ଏହି ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସାଧାରଣ ଜନତାଙ୍କୁ ସୁବିଧା ଯୋଗାଇବା, ସରକାରୀ ଯୋଜନାଗୁଡ଼ିକର ସୁପରିଚାଳନା ଏବଂ ରାଜ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତିଗୁଡ଼ିକ ନିଆଯାଇଛି । ପାରିତ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ କୃଷି, ଭିତ୍ତିଭୂମି, ନିଯୁକ୍ତି ଏବଂ ବିଭିନ୍ନ ବିଭାଗୀୟ ନିୟମାବଳୀର ସଂଶୋଧନ ଭଳି ଜନହିତକର ବିଷୟ ରହିଛି । ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଗାମୀ ଦିନରେ ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।
