ବାରିପଦା; ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ଭ୍ରାତା ବ୍ରହ୍ମାକୁମାର ଭଗବାନ ଭାଇଙ୍କ ତୃତୀୟ ପୂଣ୍ୟ ସ୍ମୃତି ଦିବସ ବୈଶିଙ୍ଗା ଥାନା ଅଧୀନ ପତଡ଼ା ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଗୀତା ପାଠଶାଳାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଜାଗୃତି ଦ୍ୱାରା ବିଶ୍ୱ ନବନିର୍ମାଣ କାର୍ଯ୍ୟକ୍ରମ ଉଦଘାଟିତ ହେବା ସହ ଜାତୀୟ ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ବିଭିନ୍ନ କୃତୀ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାନ କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ମୂଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ସାବିତ୍ରୀ ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ରାଜଯୋଗିନୀ ତଥା ଭୁବନେଶ୍ୱର ୟୁନିଟ-୮ ର ମୂଖ୍ୟ ସଞ୍ଚାଳିକା ବ୍ରହ୍ମା କୁମାରୀ ଦୁର୍ଗେଶ ନନ୍ଦିନୀ ଭଉଣୀ ମୂଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସେବାକେନ୍ଦ୍ରର ଶତାଧିକ ବ୍ରହ୍ମାବତ୍ସଳ ରବିବାର ସେବା ସ୍ଥଳରେ ହଞ୍ଚି ବିଶ୍ୱ ଶାନ୍ତି ନିମନ୍ତେ ରାଜଯୋଗ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ମୂଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ସାବିତ୍ରୀ ଭଉଣୀଙ୍କ ୫୦ ବର୍ଷରୁ ଉର୍ଦ୍ଧ୍ୱ ସାଧନା ଏବଂ ସେବାର ସଫଳତା ପାଇଁ ସମସ୍ତ ବ୍ରହ୍ମାବତ୍ସଳଙ୍କ ଉପସ୍ଥିତରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହା ସହ ସୋମବାର ଦିନ ଆଧ୍ୟାତ୍ମିକ ଜାଗୃତି ଦ୍ୱାରା ବିଶ୍ୱ ନବନିର୍ମାଣ ବିଷୟବସ୍ତୁକୁ ଆଧାର କରି ଏକ ସଭାକାର୍ଯ୍ୟର ଆୟୋଜନ କରାଯାଇଥିଲା । ଏହି ସଭାରେ ମୂଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ମୂଖ୍ୟବକ୍ତା ଭାବେ ବରିଷ୍ଠ ରାଜଯୋଗିନୀ ବ୍ରହ୍ମାକୁମାରୀ ଦୁର୍ଗେଶନନ୍ଦିନୀ ଭଉଣୀ, ସମ୍ମାନିତ ଅତିଥି ଭାବେ ଓଡ଼ିଶାର ପୂର୍ବତନ ଲୋକାୟୁକ୍ତ ସଦସ୍ୟ ଡଃ ଦେବବ୍ରତ ସ୍ୱାଇଁ , ବୈଶିଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିରେନ୍ଦ୍ର ବେହେରା, କେସିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ. ମନ୍ଦାକିନୀ ସାହୁ , ଶିକ୍ଷାବିଭାଗର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ବରିଷ୍ଠ ଭ୍ରାତା ଚନ୍ଦ୍ରମୋହନ ଭାଇ , ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ହରିହର ଦାସ , ପୁରୀ ସ୍ଥିତ କାକଟପୁର ସେବାକେନ୍ଦ୍ର ମୂଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ କୁନ୍ତଳା ଭଉଣୀ ଙ୍କ ସହିତ ଅନ୍ୟ ବରିଷ୍ଠ ଭାଇ ଭଉଣୀମାନଙ୍କ ଉପସ୍ଥିତିରେ ଦୀ ୍ରଜ୍ଜ୍ୱଳନ କରାଯାଇ ଶୁଭ ଉଦଘାଟନ କରାଯାଇଥିଲା ।

ଉପସ୍ଥିତ ସମସ୍ତ ଅତିଥିଙ୍କ ସହିତ ବରିଷ୍ଠ ଭାଇ ଏବଂ ଭଉଣୀମାନେ ଦିବଂଗତ ଭଗବାନ ଭାଇଙ୍କ ଉଦ୍ଦେଶ୍ୟରେ ପ୍ରେରଣା ସ୍ତମ୍ଭଠାରେ ଶ୍ରଦ୍ଧାଞ୍ଜଳୀ ଜ୍ଞାନ କରିବା ସହ ସ୍ମୃତିଚାରଣ ମଧ୍ୟ କରିଥିଲେ । ବିଶ୍ୱ ନବନିର୍ମାଣ ପାଇଁ ଆତ୍ମିକ ଚେତନାର ଜାଗୃତି କରିବା ନିତ୍ୟାନ୍ତ ଆବଶ୍ୟକ। ଏହା ସହ ପରସ୍ପର ମଧ୍ୟରେ ସଦଭାବନା , ସତଚିନ୍ତନ, ପରୋକାର ଭାବନା ହିଁ ପ୍ରକୃତ ଯୋଗୀର ଲକ୍ଷଣ ବୋଲି ଅତିଥି ସମୂହ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପରିଶେଷରେ ଜାତୀୟ ସ୍ତରୀୟ ତଥା ବ୍ଲକ ସ୍ତରୀୟ ବିଭିନ୍ନ ବର୍ଗର ୪୨ କୃତୀ ପ୍ରତିଭା ମାନଙ୍କୁ ପ୍ରେରଣା ସ୍ତମ୍ଭ ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବ୍ରହ୍ମାକୁମାର ମନୋଜ ଭାଇ, ଆଶିଷ ଭାଇ, ତପସ୍ୱି ଭାଇ, ଦିବ୍ୟରଞ୍ଜନ ଭାଇ , ପ୍ରିତମ ଭାଇ ଏବଂ ହେନା ଭଉଣୀ, କାଞ୍ଚନ ଭଉଣୀ ଏବଂ କାନନ ଭଉଣୀ ଆଗନ୍ତୁକ ମାନଙ୍କୁ ସ୍ୱାଗତ କରିଥିବା ବେଳେ ବ୍ରହ୍ମାକୁମାରୀଜର ମୟୂରଭଞ୍ଜ ଜିଲ୍ଲା ଅଧୀନର ବିଭିନ୍ନ ସେବା କେନ୍ଦ୍ରର ଭାଇ ଓ ଭଉଣୀ ଏବଂ କଣ୍ଟିନେନଣ୍ଟାଲ ଟେଲିସର୍ଭିସ ର ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରି ଥିଲେ । ଉକ୍ତ ସଭାକୁ ବ୍ରହ୍ମାକୁମାରୀ ବନିତା ଭଉଣୀ ସୁପରିଚାଳନା କରିଥିବା ବେଳେ ପ୍ରେରଣା ସ୍ତମ୍ଭର ପରିଚାଳକ ତଥା ବ୍ରହ୍ମା କୁମାର ମନୋଜ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ ଓ
