ପୁରୀ: ସଦର ଥାନା ଅଧୀନ ପଣ୍ଡୁଆ ଗ୍ରାମରେ ଚୁଟି କାଟିବା ବିଳମ୍ବକୁ କେନ୍ଦ୍ର କରି ସେଲୁନ ମାଲିକ ସଞ୍ଜୟ ବାରିକଙ୍କୁ ଛୁରିରେ ଆକ୍ରମଣ କରାଯାଇଛି। ସେ ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ସଞ୍ଜୟ ନିଜ ସେଲୁନ୍ରେ ଅନ୍ୟ ଗ୍ରାହକଙ୍କ ଚୁଟି କାଟୁଥିବା ସମୟରେ ଗ୍ରାମର ଅଭିନ୍ନ ପ୍ରଧାନ ସେଠାରେ ପହଞ୍ଚି ତୁରନ୍ତ ତା’ର ଚୁଟି କାଟିବାକୁ କହିଥିଲା। ସଞ୍ଜୟ ତାକୁ ସାମାନ୍ୟ ଅପେକ୍ଷା କରିବାକୁ କହିବାରୁ କହିବାରୁ ଅଭିନ୍ ଉତ୍କ୍ଷିପ୍ତ ହୋଇ ନିଜ ପକେଟରୁ ଏକ ଧାରୁଆ ଛୁରି ବାହାର କରି ସଞ୍ଜୟଙ୍କ ବେକକୁ ଆକ୍ରମଣ କରିଥିଲା। ଫଳରେ ତାଙ୍କ ବେକ କଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ଭି କରିଛନ୍ତି। ଏନେଇ ସଞ୍ଜୟଙ୍କ ବାପା ରାମକୃଷ୍ଣ ବାରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନାହିଁ ।
