ଯୋଡ଼ା: ଭୁଲବଶତଃ ବଡବିଲ–ପୁରୀ ଇଣ୍ଟରସିଟି ଟ୍ରେନରେ ଚଢ଼ିଯାଇଥିବା ୩ ଜଣ ଶିଶୁଙ୍କୁ ହରିଚନ୍ଦନପୁର ଷ୍ଟେସନରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶିଶୁମାନେ ଯୋଡ଼ା ଅଞ୍ଚଳର ଶତିଥି, ବାଂଶପାଣି କିମ୍ବା ଜୁରୁଡ଼ି ଷ୍ଟେସନ ମଧ୍ୟରୁ କୌଣସି ଏକ ସ୍ଥାନରୁ ଭୁଲବଶତଃ ବରବିଲ–ପୁରୀ ଇଣ୍ଟରସିଟି ଟ୍ରେନରେ ଚଢ଼ିଯାଇଥିଲେ। ପରେ ସେମାନେ ନିଜ ଗନ୍ତବ୍ୟସ୍ଥଳରୁ ଦୂରକୁ ଚାଲିଯାଇଥିବା ଜଣାପଡ଼ିଥିଲା।ହରିଚନ୍ଦନପୁର ଷ୍ଟେସନରେ କିଛି ସହୃଦୟ ବ୍ୟକ୍ତି ଶିଶୁମାନଙ୍କୁ ଦେଖି ସେମାନଙ୍କ ସୁରକ୍ଷା ଦାୟିତ୍ୱ ନେଇ ଉଦ୍ଧାର କରି ରଖିଥିବା ସୂଚନା ମିଳିଛି। ଶିଶୁମାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ସୁରକ୍ଷିତ ଭାବେ ପରିବାର ନିକଟକୁ ଫେରାଇବା ପାଇଁ ପ୍ରୟାସ ଚାଲିଥିବା ଜଣାପଡ଼ିଛି।ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଚି କରିଥିବାବେଳେ, ସମୟୋଚିତ ପଦ କ୍ଷପ ଶିଶୁମାନଙ୍କୁ ଚିହ୍ନଟ କରି ସୁରକ୍ଷିତ ରଖିଥିବା ସହୃଦୟ ବ୍ୟକ୍ତିମାନଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି।
