ବାଲୁଗାଁ: ବୁଧବାର ଦିନ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ ଏବଂ ଟାଙ୍ଗୀ ଅବକାରୀ ଅଧିକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ବାଲୁଗାଁ ଥାନା ଅନ୍ତର୍ଗତ ପଦନପୁର ଅଞ୍ଚଳରେ ଚଢ଼ାଉ କରାଯାଇ ୬୦ ଲିଟର ଦେଶୀମଦ ଓ ଗୋଟିଏ ବାଇକ ଜବତ କରିବାସହ ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ।ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଛକାସିଂ ଗ୍ରାମର ବିପ୍ର ଶବର ବୋଲି ଜଣାପଡିଛି।ଖବର ମୁତାବକ ବିପ୍ର ବାଇକ ଯୋଗେ ଦେଶୀମଦ ଚାଲାଣ କରୁଥିବା କୌଣସି ସୂତ୍ରରୁ ଅବକାରୀ ବିଭାଗ ସୂଚନା ପାଇବା ପରେ ତାକୁ ବାଲୁଗାଁ ଥାନା ଅନ୍ତର୍ଗତ ପଦନପୁର ଛକରେ କାବୁ କରିଥିଲା।ଅଭିଯୁକ୍ତ ବିରୁଦ୍ଧରେ କେଶ ନଂ ୧୨୩/୨୬-୨୭ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ସୋମ୍ୟ ରଞ୍ଜନ ବେହେରା କହିଛନ୍ତି।ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ବେହେରାଙ୍କ ସମେତ କନେଷ୍ଟବଳ ରଞ୍ଜିତ ପଟେଲ,ସସ୍ମିତା ସେଠୀ, କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।
