ହିନ୍ଦୋଳ: ଝାରବେଡା ଗ୍ରାମରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଯୁବକ ଜଣଙ୍କ ବାଲିମୀ ଥାନା ଅନ୍ତର୍ଗତ ଝାରବେଡା ଗ୍ରାମର ବାଉରୀବନ୍ଧୁ ନାଏକଙ୍କ ପୁଅ ବିନୟ ନାଏକ ବୋଲି ଜଣାପଡ଼ିଛି। ସୂଚନା ମୁତାବକ ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅନ୍ତର୍ଗତ ଝାରବେଡା ଗ୍ରାମର ବିନୟ ନାଏକଙ୍କୁ ନିଜ ଘର ପାଖ ବାରିପଛପଟେ ପୋଖରୀ ନିକଟରେ ଅଜଣା ଯୁବକ ପ୍ରାୟ ୧୦ ରାଉଣ୍ଡ୍ ଗୁଳି ପକାଇ ଚାଲିଯାଇଥିଲେ। ଏହାକୁ ନେଇ ତାଙ୍କ ଭଉଣୀ ନମିତା ନାଏକ ସୂଚନା ଦେଇଛନ୍ତି। ତାଙ୍କ ନାମରେ ଆଗରୁ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ପରିବାରଲୋକେ ଆମ୍ବୁଲାନ୍ସ୍ ଯୋଗେ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ମେଡିକାଲ୍ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଗୁଳକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। କିଏ ଓ କାହିଁକି ଗୁଳିମାଡ଼ କରିଛି ତାହା ଜଣାପଡିନଥିବା ବାଲିମୀ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏବଂ ତଦନ୍ତ ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି।
