ସତ୍ୟବାଦୀ/ ସୁଆଣ୍ଡୋ : ପୁରୀ ଜିଲ୍ଲା ସତ୍ୟବାଦୀବ୍ଲକ ଟାଇକୋଣ୍ଡୋ ଖେଳାଳିମାନେ ଓଡିଶା ଷ୍ଟେଟ କ୍ୟୋରୁଗି ଓ ପୁମସେ ଟାଇକୋଣ୍ଡୋ ଚ୍ୟାମ୍ପିୟନଶିପ-୨୦୨୫/ ୨୬ ମସିହା ପାଇଁ କଟକର ଜବାହାରଲାଲ ନେହେରୁଙ୍କ ଇଣ୍ଡୋର ଷ୍ଟାଡିଅମରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରି ଜିଲାର ଗୌରବ ବ୍ରୁଦ୍ଧି କରିଥିଲେ । ବିଭିନ୍ନ ବର୍ଗରେ ଭାଗ ନେଇ ସେମାନେ ସ୍ୱର୍ଣ୍ଣ , ରୌପ୍ୟ ଓ କାଂସ୍ୟ ପଦକ ହାସଲ କରି ପରୀକ୍ଷକଙ୍କ ଦ୍ୱାରା ଉତ୍ତୀର୍ଣ୍ଣ ହୋଇଥିଲେ ।ଏହି ସଫଳତା ପାଇଁ ସମସ୍ତ ଖେଳାଳିଙ୍କୁ ଆଜି ସାର୍ଟିଫିକେଟ ଓ ପଦକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଓଡିଶା ଟାଇକୋଣ୍ଡୋ ସଂଘର ଅଧ୍ୟକ୍ଷ ବ୍ୟୋମ୍ୟକେଶ ଅଭିଳାଷ ପ୍ରସାଦ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।ସେହିପରି ଅକାଡେମି କୋଚ ଦିପକ ପ୍ରଧାନଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେଇଥିଲେ। ଏହି ଅବସର ଖେଳାଳିମାନଙ୍କ ପାଇଁ ଗର୍ବର ମୁହୂର୍ତ୍ତ ହୋଇଥିଲା ଓ ସ୍ଥାନୀୟ ମହଲରେ ଖୁସିର ପରିବେଶ ସୃଷ୍ଟି ହୋଇଥିଲା।
