ଛତ୍ରପୁର: କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଡିଜିପି ଡିସ୍କ୍ ଆୱାର୍ଡ ପାଇଁ ମନୋନିତ ହୋଇଛନ୍ତି। ୨୦୨୫-୨୬ପାଇଁ ଏହି ବର୍ଷ ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ତଥା ୯୧ ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ ଅବସର ରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଏହି ପୁରସ୍କାର ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାତ୍ର ଙ୍କୁ ପ୍ରଦାନ କରିବେ। ଏହା ସହିତ ଗଞ୍ଜାମ ପୁଲିସ ଜିଲ୍ଲାର ଭଞ୍ଜନଗର ଥାନା ରେ କାର୍ଯ୍ୟରତ ଏସଆଇ ସମୀର କୁମାର ସେଠି ମଧ୍ୟ ଏହି ଆୱାର୍ଡ ନିମନ୍ତେ ମନୋନୀତ ହୋଇଛନ୍ତି ।ପୁଲିସ ସେବାରେ ଉତ୍ତମ ସେବା ଓ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା ଯୋଗୁଁ ଏହି ଆୱାର୍ଡ ପ୍ରଦାନ କରାଯାଉଥିବା ଜଣାଯାଉଛି।
