ଛତ୍ରପୁର : ଛତ୍ରପୁର ଥାନା ଅଧିନ ପୁରୁଣାଛତ୍ରପୁର ନିକଟରେ ଗତକାଲି ବିଳମ୍ବିତ ରାତ୍ରରେ ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ଜଣେ ଯୁବକ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି । ଏହି ଘଟଣାରେ ପୁଲିସ ଦୁଇ ଜଣକୁ ଗିରଫ କରିବା ସହ ଗୋଟେ ସ୍ପର୍ପିଓ ଗାଡି ସହ ଗୋଟେ ଖଣ୍ଡା ଓ ଠେଙ୍ଗା ଜବତ କରିଛି । ଗିରଫ ଦୁଇ ଜଣେ ହେଲେ ଛତ୍ରପୁର ଥାନା ଅଧିନ ହୁମ୍ବର ଗ୍ରାମର ବିଭୂତି ଭୁଷଣ ସ୍ୱାଇଁ ଓ କୁମାରବେଗପଲ୍ଲୀ ଗ୍ରାମର ସୁବତ୍ର ସ୍ୱାଇଁ । ଏବେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନେ ଫେରାର ରହିଛନ୍ତି । ସୂଚନା ଥାଉକି ଗତକାଲି ବିଳମ୍ବିତ ରାତ୍ରରେ ପୂର୍ବଶତ୍ରୃତାକୁ କେନ୍ଦ୍ର କରି ବିଭୂତ ନିଜ ସ୍ପର୍ପିଓ ଗାଡି ଓଡି୦୨ବିଜେଡ୍ ୫୫୫୫ ଗାଡିରେ କିଛି ଜଣକୁ ସାଥିରେ ଆଣି ପୁରୁଣାଛତ୍ରପୁର ଠାରେ ତୁଲସୀ ନଗରର ସୁମିତ କୁମାର ମହାରଣା ଅଟକାଇ ତାଙ୍କ ଉପରକୁ ଅଚାନକ ଖଣ୍ଡା ଓ ଠେଙ୍ଗାରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଘଟଣା ଘଟାଇବା ପରେ ଆକ୍ରମଣକାରୀ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣାର ଖବର ପାଇଁ ଛତ୍ରପୁର ପୁଲିସ ସୁମିତକୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଚିକିତ୍ସା କରାଇଥିଲେ । ପରେ ସୁମିତ ତାଙ୍କ ଉପରେ କେଉଁମାନେ ଆକ୍ରମଣ କରିଛନ୍ତି ସେମାନଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତି କରି ପୁଲିସ ୧୦୬/୨୬ ମାମଲା ରୁଜୁ କରି ଦୁଇ ଜଣକୁ ଗିରଫ କରିଥିବା ବେଳେ ଏବେବି ଅନ୍ୟମାନେ ଫେରାର ରହିଛନ୍ତି ସେମାନଙ୍କୁ ତୁରନ୍ତ ଗରିଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏପରିକି ଆକ୍ରମଣ କରିବା ପୂର୍ବରୁ ଅଭିଯୁକ୍ତମାନେ ମଧ୍ୟ ଅନ୍ୟ କିଛି ଦୋକାନୀ ସହ ଗତକାଲି ଝଗଡା କରିଥିବା ସୂଚନା ମିଳିଛି । ଦୁଇ ଗରିଫ ମଧ୍ୟରୁ ଜଣେ ଆଇନଜୀବି ହୋଇଥିବା ବେଳେ ଅନ୍ୟ ଜଣେ ହୋଟେଲ ମାଲିକ ।
