ନୂଆଦିଲ୍ଲୀ: ଦିଲ୍ଲୀର ବାୱାନା ଅଞ୍ଚଳରେ ଏକ ଆବାସିକ ଘରେ କେତେକ ଦୁର୍ବୃତ୍ତ ପ୍ରବେଶ କରି ଗୁଳି ଚଳାଇବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଗୁଳି ଆଘାତରେ ପୁଅର ମୃତ୍ୟୁ ହୋଇଥିବା ବେଳେ ଏବଂ ତାଙ୍କ ବାପା ଗୁରୁତର ଅବସ୍ଥାରେ ଅଛନ୍ତି। ନିକଟବର୍ତ୍ତୀ ଏକ ଦୋକାନ ବାହାରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଉପରେ ମଧ୍ୟ ଗୁଳି ବାଜିଛି। ଏହି ଘଟଣା ପରେ ଅନେକ ପୋଲିସ ୟୁନିଟ୍ ଶୀଘ୍ର ପହଞ୍ଚି ଅଞ୍ଚଳକୁ ସୁରକ୍ଷିତ ରଖିଥିଲେ। ଡେପୁଟି ପୋଲିସ କମିଶନର (ଆଉଟରନର୍ଥ) ହରେଶ୍ୱର ସ୍ୱାମୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ପରିସ୍ଥିତି ସମୀକ୍ଷା କରିବାକୁ ଆସିଥିଲେ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହା ଏକ ଏକ ଗ୍ୟାଙ୍ଗ୍ୱାର ସହିତ ଜଡିତ ଘଟଣା। ତେବେ ପୋଲିସ ସମସ୍ତ ସମ୍ଭାବ୍ୟ ଦିଗରୁ ଘଟଣାର ତଦନ୍ତ କରୁଛି।
