ମୁମ୍ବାଇ : ଆଇପିଏଲ ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଦଳର ଖେଳାଳି ଅଭ୍ୟାସ କରୁଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଟିମ୍ ଇଣ୍ଡିଆ ଇଣ୍ଡିଆର ଷ୍ଟାର ବ୍ୟାଟ ରୋହିତ ଶର୍ମାଙ୍କ ଭିଡିଓ ଭାଇରଲ ହେବାରେ ଲାଗିଛି । ମୁମ୍ବାଇ ଇଣ୍ଡିଆନ୍ସର ଅଭ୍ୟାସ ଦେଖି ଅନ୍ୟ ଟିମଗୁଡିକ ଭୟଭୀତ ହେଲେଣି । ହିଟମ୍ୟାନଙ୍କ ଦମଦାର ଅନ୍ଦାଜ ଦେଖି ସବୁ ଛାନିଆ ହେଲେଣି । ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଭ୍ୟାସ ଶିବିରରେ ଯୋଗ ଦେଇ ଶାର୍ଦ୍ଦୁଳ ଠାକୁର ତାଙ୍କୁ ମଙ୍ଗଳବାର ବୋଲିଂ କରୁଥିଲେ । ମିଡିଲ ଷ୍ଟମ୍ପରେ ଏକ ଲେଙ୍ଗଥ୍ ବଲକୁ ରୋହିତ ଲଙ୍ଗ ଅନ ଉପରେ ବିଶାଳ ଛକା ମାରିଥିଲେ । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇ ସାରିଥିବା ରୋହିତ ପୂରା ସତେଜ ଓ ଫିଟ୍ ରହିଛନ୍ତି । ମୁମ୍ବାଇକୁ ୫ ଥର ଆଇପିଏଲ ଟାଇଟଲ ଜିତାଇଛନ୍ତି । ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଚାମ୍ପିଅନ ହୋଇଛି । ଡେକାନ ଚାର୍ଜର୍ସ ସହ ଥରେ ଟାଇଟଲ ଜିତିଥିଲେ
