ବ୍ରହ୍ମପୁର : ଦିନକୁ ଦିନ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଗୁଣ୍ଡାରାଜ ବଢ଼ିବାରେ ଲାଗିଛି ।ଗତକାଲି ରାତିରେ ବିଜେପି ଯୁବ ନେତା ସନ୍ଦୀପ କୁମାର ସାହୁ ଓରଫ ମୋଗଲିଙ୍କ ଘର ଆଗରେ ଦିନେଶ ନାମକ ଜଣେ ଯୁବକକୁ ଛୁରାମାଡ଼ କରି ଦୁର୍ବୁତ୍ତମାନେ ଚମ୍ପଟ ମାରିଛନ୍ତି । ଖବର ଅନୁଯାୟୀ ୮ରୁ ଉର୍ଦ୍ଧ୍ୱ ଦୁବୃର୍ତ୍ତ ମୋଗଲିଙ୍କ ସ୍ତ୍ରୀକୁ ବିଭିନ୍ନ ଗାଳି ଗୁଳଜ କରିବା ସହ ମୋଗଲିକୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଦୁର୍ବୁତ୍ତଙ୍କ ଛୁରିମାଡ଼ରେ ଗୁରୁତର ହୋଇଥିବା ଦିନେଶ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ବର୍ତ୍ତମାନ ମେଡ଼ିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଖବର ପାଇଁ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତକୁ ଚିଂହ୍ନଟ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଦୁର୍ବୁତ୍ତମାନେ ବନ୍ଧୁକ, ଖଣ୍ଡା ସହ ଧାରୁଆ ଅସ୍ତ୍ର ନେଇ ଆସିଥିବା ସୂଚନା ରହିଛି ।
