filter: null; fileterIntensity: null; filterMask: null; captureOrientation: 0; runfunc: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; motionR: 0; delta:null; module: video;hw-remosaic: false;touch: (-1.0, -1.0);sceneMode: 0;cct_value: 0;AI_Scene: (-1, -1);aec_lux: 253.0;aec_lux_index: 0;albedo: ;confidence: ;motionLevel: 0;weatherinfo: weather?null, icon:null, weatherInfo:100;temperature: 41;
ପୁରୁଷୋତ୍ତମପୁର, ଗଞ୍ଜାମ,: ଆଜି ମାତାରା ତାରିଣୀ ଙ୍କ ପୀଠରେ ଆରମ୍ଭ ହୋଇଛି ଚୈତ୍ର ମାସ ଦ୍ୱିତୀୟ ପାଳି ମଙ୍ଗଳ ବାର ଯାତ୍ରା । ଓ ପ୍ରତାପୁର ତୁମ୍ବେଶ୍ୱର ଙ୍କ ପୀଠ ଋଷିକୁଲ୍ୟା ନଦୀରେ ହଜାର ହଜାର ଶ୍ରଦ୍ଧାଳୁ ଆଜି ବାରୁଣୀ ସ୍ନାନ ଥିବାରୁ , ସେଠାରେ ଉପସ୍ଥିତ ସବୁ ଠାକୁର ଙ୍କୁ ଦର୍ଶନ ସହ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡ ଦାନ ସହିତ ଅସ୍ତି ବିସର୍ଜନ ପିତୃ ପୁରୁଷ ଙ୍କ ଉଦ୍ଧେଶ୍ୟ ରେକରି ବିଭିନ୍ନ କାର୍ଯ୍ୟ ସାରି ବାଟରେ ଥିବା ମାଆ ଦକ୍ଷିଣ କାଳୀଙ୍କ ପୀଠରେ ଚାଲିଥିବା ସପ୍ତ ସତୀ ଚଣ୍ଡୀ ହୋମ ଯଂଜ୍ଞ କୁ ଆସି କାଳୀ ଙ୍କୁ ଦର୍ଶନ କରି ସେଠାରୁ ମାଆ ତାରା ତାରିଣୀ ଙ୍କ ପୀଠକୁ ଆସି ଥିଲେ । ଗଞ୍ଜାମ ଜିଲ୍ଲା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଏହି ପୀଠକୁ ଆସି ଥାନ୍ତି । ରାତ୍ର ଏକ ଘଣ୍ଟ ଠାରୁ ଯାତ୍ରୀ ମାନେ ସେମାନଙ୍କ ପ୍ରଥମ କିମ୍ବା ଦୁତୀୟ ସନ୍ତାନ ର ଚୁଟି ମୁଣ୍ଡନ ପାଇଁ ଆସି ଧାଡିରେ ଠିଆ ହୋଇ ଥାନ୍ତି । ଚୁଟି ମୁଣ୍ଡନ ସ୍ନାନ ପରେପାହାଡ଼ ଉପର କୁ ସିଡ଼ି, ଉର୍ଧ୍ୱଗାମୀ ରୋପୱେ ଓ ବସ ରେ ଯାଇଥାନ୍ତି । ରାତ୍ର ଏକ ଘଣ୍ଟ ଠାରୁ ମାଆଙ୍କର ନୀତି ନିୟମ ହୋଇପ୍ରାତ ତିନିଘଣ୍ଟ ସମୟ ରେ ମହାଲକ୍ଷ୍ମୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଲେ ମା । ମାଆଙ୍କ ଏହି ଦୁର୍ଲଭ ବେଶ କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ଼ ଲାଗିଥିଲା । ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ । କିଛି ଯାତ୍ରୀ ରୋଷେଇ ୍ୱାସ କରି ଥିବା ବେଳେ ଆଉକିଛି ପ୍ରଶାସନ ତରଫରୁବ୍ୟବସ୍ତା ହୋଇଥିବା ମାଗଣା ଅନ୍ନ ପ୍ରସାଦ ଖାଇ ଘରକୁ ଫେରିଥିଲେ ।

ଏହି ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଗହଳି ହୋଇଥାଏ । ସେଥିପାଇଁ ସମସ୍ତ ଲାଇନ ବିଭାଗର ଅଧିକାରୀ ଏବଂ ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ସକାଳୁ ଆସି ମାଆଙ୍କ ଦର୍ଶନ କରିଥିଲେ । ଗଞ୍ଜାମ ଏସପିଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦେଶ ରେ ଅତିରିକ୍ତ ଏସପି, ପ୍ରଶାନ୍ତ କୁମାର ଦାଶ ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷବରାଳ ,ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୋଦ କୁମାରବେହେରା ଅତିରିକ୍ତ ତହସିଲଦାର, ସେମାନଙ୍କ ଷ୍ଟାଫ, ପୁରୁଷୋତ୍ତମପୁର ବ୍ଳକ ବିଡ଼ିଓଶରତ କୁମାର ପାତ୍ର, ଅତିରିକ୍ତ ବିଡ଼ିଓ ଜୟଶ୍ରୀ ନାୟକ, ନୁଆଁ ଜିପିଓ ରାଜେନ୍ଦ୍ର ପ୍ରସାଦ ଗୁରୁ, ପୂର୍ବତନ ଜିପିଓ ମିନକେତନ ବେହେରା, ସବୁ ପିଇଓ, ଏଡିଈଓ,ଓଷ୍ଟାଫ ଏସ୍ଡ଼ିପିଓସୁଜିତ କୁମାର ନାୟକ, ଆଇ ଆଇସି, କୁଳମଣୀ ସେଠି,ପୁରୁଷୋତ୍ତମପୁର ଫାୟାର ବିଭାଗ ଓ ଷ୍ଟାଫ, ମୁଖ୍ୟ ସେବାୟତ ବାପୁଜୀ ରଣା ସେବାୟତ ସଙ୍ଘ ସଭାପତି ତପନ କୁମାର ରଣା ଅନ୍ୟନ୍ୟ ସେବାୟତ, କିଛିସ୍ୱେଛାସେବୀ ସଂଘଟନ ସବୁ ବିଭାଗ ର ଅଧିକାରୀ ପୁରୁଷୋତ୍ତମପୁର ପୋଲିସ ଷ୍ଟାଫ ଙ୍କ ସହିତ ୭,ପ୍ଲାଟୁନ ପୋଲିସ ଫୋର୍ସ, ଦୁଇଜଣ ଅତିରିକ୍ତ ଏସପି, ଚାରି ଜଣ ଏ ଏସ ପି , ୪୧ ଜଣ ଏସ ଆଇ, ଓ ୨୦୦ ଜଣହୋମ ଗାର୍ଡ ଡିୟୁଟି କରି ଯେପରି କି କୌଣସି ସ୍ଥାନରେ କିଛିବି ଅଘଟଣନ ହୁଏ ସେଥି ପାଇଁ ସଜାଗ ରହିଥାନ୍ତି । ତେବେ ସମସ୍ତଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ସହିତ ସରିଛି ମାଆଙ୍କ ଏହି ଦୁତୀୟ ପାଳି ଚୈତ୍ର ଯାତ୍ରା ।
