ଭୁବନେଶ୍ୱର: ଚଳିତ ମାସ ତା ୧୪ରୁ ୧୬ ରିଖରେ ଚଣ୍ଡିଗଡ, ପଞ୍ଜାବ ୟୁନିଭରସିଟି ରେ ଅନୁଷ୍ଠିତ ହୋଇଥିବା ଅଲ ଇଣ୍ଡିଆ ଇଣ୍ଟ ରଖି ରୋପ୍ୟ ପଦକ ହାସଲ କରିଥିବା ବେଳେ ୧୯୬. ୬୦୦ ପଏଣ୍ଟ ରେ ଦଳଗତ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରୀତିକା ମାତ୍ର ୬ ବର୍ଷ ବୟସ ରୁ ଜେଏମ ସ୍ପୋର୍ଟସ ଏକାଡେମୀ ରେ ଜିମ୍ନାଷ୍ଟିକ ପ୍ରଶିକ୍ଷଣ ଆରମ୍ଭ କରି ଏବେ କଳିଙ୍ଗ ଷ୍ଟାଡିୟମ ହାଇ ପରଫରମାଂସ୍ ସେଣ୍ଟର ଅଭ୍ୟାସରତ ଅଛନ୍ତି। ତାଙ୍କର ଏହି ସଫଳତା ପାଇଁ ଓଡ଼ିଶା ଜିମ୍ନାଷ୍ଟିକ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ, କ୍ଭୁବନେଶ୍ୱର ଜିମ୍ନାଷ୍ଟିକ ଆସୋସିଏସନ ର ସଭାପତି ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ସମ୍ପାଦକ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ସେଠୀ, ସହ ସମ୍ପାଦକ ଶ୍ରୀଯୁକ୍ତ ଗୁରୁପ୍ରସାଦ ପଟ୍ଟନାୟକ, ଉପସଭାପତି ତଥା ଜେଏମ ସ୍ପୋର୍ଟସ ଏକାଡେମୀ ର ଅଧ୍ୟକ୍ଷା ଶ୍ରୀମତୀ ମୀରାରାଣି ଦାସ, ଏକ୍ଜୁକେଟିଭ ମେମ୍ବର ତଥା ଜେଏମ ସ୍ପୋର୍ଟସ ଏକାଡେମୀ ର ସମ୍ପାଦକ ଶ୍ରୀଯୁକ୍ତ ଯଶୋବନ୍ତ ଦାସ, ଚିଫ ପାର୍ଟନ ଶ୍ରୀଯୁକ୍ତ ଅତିଶ କୁମାର ରାଉତ, ଆଇନ ପରାମର୍ଶଦାତା ଶ୍ରୀଯୁକ୍ତ ସୁବ୍ରତ କୁମାର ମହାପାତ୍ର ଓ ଏକାଡେମୀ ର ସମସ୍ତ କର୍ମକର୍ତ୍ତା ଏବଂ ଅଭିଭାବକବୃନ୍ଦ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
