ପୁରୀ: ନୂଆ ଅବକାରୀ ନୀତି ଅନୁଯାଇ ଅଧିକ ମଦ ଦୋକାନ ଖୋଲିବା ପାଇଁ ସରକାରୀ ନିଷ୍ପତ୍ତି ହୋଇଥିଲା । ପୁରୀର ପ୍ରବେଶ ପଥ ଅଠରନଳା ନିକଟ ଚିଙ୍ଗୁଡି ଫ୍ୟାକ୍ଟ୍ରି ସମ୍ମୁଖରେ ଏକ ନୂଆ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତୁତି ଯୋରଦାର ଚାଲିଥିବା ବେଳେ ଅଞ୍ଚଳବାସୀ ଘୋର ବିରୋଧ କରିଛନ୍ତି । ବୁଧବାର ଦିନ ଅଠରନଳା ପାଟଣା ଗ୍ରାମ୍ଯ କମିଟି, ସ୍ୱୟ ସହାୟକ ଗୋଷ୍ଠୀର ମହିଳା ମାନେ ଏହାକୁ ବିରୋଧ କରି ଅଠରନଳା ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ ।

ନୂଆ ଦୋକାନ ବନ୍ଦ ପାଇଁ ଦାବି କରିବା ,ବିକ୍ଷୋଭ ପ୍ରଦର୍ଶନ ଓ ଫ୍ଲାଗ କାର୍ଡ କାର୍ଡ ପ୍ରଦର୍ଶନ କରିଥିଲେ । ଏ ସମ୍ପର୍କରେ ଜିଲାପାଳଙ୍କୁ ଗତ ୨୧ ତାରିଖରେ ଜଣାଇଥିଲେ । ସାତ ଦିନ ପରେ ଜିଲ୍ଲାପାଳ କିଛି ପଦକ୍ଷେପ ନନେବାରୁ ଗ୍ରାମ୍ଯବାସୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଗ୍ରାମ୍ଯ କମିଟିର ସଭାପତି ଲକ୍ଷ୍ମୀଧର ଦାଶ ସମ୍ପାଦକ ପ୍ରଶାନ୍ତ କୁମାର ପରିଡାଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ ।
